Below header

ଲଞ୍ଚ ହେଲା ଭାରତରେ ନିର୍ମିତ ଏହି ୪ଜି ସ୍ମାର୍ଟଫୋନ, ଦାମ ରହିଛି ମାତ୍ର ୩,୮୯୯ଟଙ୍କା

ଦୀପାବଳି ଅବସରରେ ଭାରତୀୟ ମୋବାଇଲ ନିର୍ମାତା କମ୍ପାନୀ Lava ନୂଆ 4G ସ୍ମାର୍ଟଫୋନ Lava z41 ଲଞ୍ଚ କରିଛି। Lava z41 ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି। Lava z41ରେ 2500mAh ର ବ୍ୟାଟେରୀ ଦିଆଯାଇଛି ଏବଂ ଏହାର ମେମୋରୀକୁ ୧୨୮ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ। ସୂଚନାଯୋଗ୍ୟ ଯେ Lava z41ର ନିର୍ମାଣ ଆଣ୍ଡ୍ରଏଡ଼ Go ପ୍ରୋଜେକ୍ଟ ଅନୁସାରେ କରାଯାଇଛି।

Lava z41ର ଦାମ 3,899 ଟଙ୍କା ଧାର୍ଯ୍ୟ କରାଯାଇଛି,ଯାହା ସ୍ମାର୍ଟଫୋନ ଜଗତରେ ସବୁଠାରୁ କମ ବୋଲି କୁହାଯାଉଛି। ଏହି ଫୋନ ମିଡନାଇଟ ବ୍ଲୁ ଓ ଅମ୍ବର ରେଡ଼ କଲର ରେ ଉପଲବ୍ଧ ହେଉଛି। ଏହି ଫୋନ ସହ ଜିଓ ତରଫରୁ 1200 ଟଙ୍କାର ଇନଷ୍ଟାଣ୍ଟ କ୍ୟାଶବ୍ୟାକ ମଧ୍ୟ ଦିଆଯାଉଛି।ଏଥିସହ 50 ଜିବି ଡାଟା ମଧ୍ୟ ମିଳୁଛି।

Lava z41ରେ ଆଣ୍ଡ୍ରଏଡ଼ ପାଇ 9.0 ଆଧାରିତ ଷ୍ଟାର OS V5.0 ଲାଇଟ ସ୍କ୍ରିନ ମିଳିବ। Lava z41ରେ ୫ଇଞ୍ଚର ଡିସପ୍ଲେ ଦିଆଯାଇଥିବା ବେଳେ ରିଜୋଲୁସନ ରହିଛି 480×854 ପିକ୍ସେଲ। ଫୋନରେ 1.4GHz ର ସ୍ପିଡ଼ଟ୍ରମର SC9832E ପ୍ରୋସେସର ଦିଆଯାଇଛି। ଏହି ସ୍ମାର୍ଟଫୋନରେ ୧ଜିବି ରାମ୍ ସହ ୧୬ଜିବିର ଷ୍ଟୋରେଜ ରହିଛି। ମେମୋରୀ କାର୍ଡ ସହାୟତାରେ ମେମୋରୀକୁ 128 ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

 

Lava z41ରେ ୫ମେଗାପିକ୍ସେଲର ରିୟର କ୍ୟାମେରା ସହ LED ଫ୍ଲାସଲାଇଟ ଦିଆଯାଇଛି। ସେଲ୍ଫି ପାଇଁ ଫୋନରେ ୨ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। କ୍ୟାମେରା ସହ ରିୟଲ ଟାଇମ ବୋକେହ, ବିଉଟି ମୋଡ଼,HDR ମୋଡ଼,ଅଡିଓ ନୋଟ ଏବଂ ପାନୋରମା ଭଳି ଅତ୍ୟାଧୁନିକ ଫିଚର ଦିଆଯାଇଛି।

ଏହାସହ ପଢନ୍ତୁ: WhatsAppର ନୂଆ ଫିଚର: ଏବେ ବିନା ଅନୁମତିରେ କେହି ଆପଣଙ୍କୁ ଗ୍ରୁପରେ କରିପାରିବେ ନାହିଁ ଆଡ୍

ସେହିପରି ବ୍ୟାଟେରୀ କଥା କହିବାକୁ ଗଲେ Lava z41ରେ 2500mAh ର ବ୍ୟାଟେରୀ ଦିଆଯାଇଛି। କମ୍ପାନୀର ଦାବି ରହିଛି ଯେ ବ୍ୟାଟେରୀ ୨୧ ଘଣ୍ଟାର ଟକଟାଇମ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.