ମାତ୍ର ୧୦ ଟଙ୍କାରେ ପୋଷ୍ଟ ଅଫିସ୍ରେ ଖୋଲନ୍ତୁ ଏହି ଖାତା, ପାଇପାରିବେ ଡବଲ୍ ଲାଭ

ପୋଷ୍ଟ ଅଫିସ୍ ର ରିକ୍ୟୁରିଙ୍ଗ ଡିପୋଜିଟ୍ ଆକାଉଣ୍ଟରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କର ସେଭିଙ୍ଗ ଆକାଉଣ୍ଟରେ ଦୁଇଗୁଣା ଅଧିକ ଲାଭ ପାଇପାରିବେ। ସବୁଠାରୁ ଖାସ୍ କଥା ହେଉଛି ଏଥିରେ ଆପଣ ମାତ୍ର ୧୦ ଟଙ୍କାରୁ ହିଁ ନିବେଶ ଆରମ୍ଭ କରିପାରିବେ। ରିପୋର୍ଟ ଅନୁଯାୟୀ PMC ଗ୍ରାହକ ବ୍ୟାଙ୍କରେ ଟଙ୍କା ଜମା ରଖିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ଏହିକାରଣରୁ ଆମେ ଆପଣଙ୍କୁ ପ୍ରତ୍ୟେକ ଦିନ ଏଭଳି ଏକ ସ୍କିମ୍ ବିଷୟରେ କହିବାକୁ ଯାଉଛୁ , ଯେଉଁଠାରେ ଲୋକମାନଙ୍କ ଟଙ୍କାର ଗ୍ୟାରେଣ୍ଟି ସରକାର ନେଇଥାଏ। ଯଦି ଆପଣ ଆୟ କରୁଥିବା ଟଙ୍କା ପୋଷ୍ଟ ଅଫିସରେ ଜମା କରୁଛନ୍ତି ତେବେ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥାଏ। ପୋଷ୍ଟ ଅଫିସରେ ଜମା ରଖିଥିବା ଟଙ୍କାର ଗୋଟିଏ ଗୋଟିଏ ପଇସା ଉପରେ ସରକାର ଗ୍ୟାରେଣ୍ଟି ଦେଇଥାନ୍ତି। ସୂଚନା ଅନୁଯାୟୀ ସରକାର ପୋଷ୍ଟ ଅଫିସର ଯୋଜନାରେ ଜମା ଟଙ୍କାର ବ୍ୟବହାର ନିଜ କାମ ପାଇଁ କରିଥାନ୍ତି। ଏହିକାରଣରୁ ଏହି ଟଙ୍କାର ଗ୍ୟାରେଣ୍ଟି ଦିଆଯାଉଛି। ସେହିଭଳି ବ୍ୟାଙ୍କରେ ଜମା ଟଙ୍କାରେ CRR ଏବଂ SLR ରେ ଲଗାଯାଇଥାଏ ଏବଂ ବାକି ଟଙ୍କାକୁ ନିଜ ଲୋକମାନଙ୍କ ଭିତରେ କିମ୍ବା କର୍ପୋରେଟକୁ ଲୋନ୍ ଦିଆଯାଇଥାଏ। ଲୋନରୁ ମିଳୁଥିବା ଲାଭରୁ ବ୍ୟାଙ୍କ ନିଜର ବିଜନେସ୍ ବଢାଇଥାଏ।
ଏହାସହ ପଢନ୍ତୁ: ଏଣିକି ଘରେ ବସି ପାଇପାରିବେ ସରକାରୀ ବ୍ୟାଙ୍କ ସୁବିଧା
ଏସବିଆଇରେ ସେଭିଙ୍ଗ୍ ଆକାଉଣ୍ଟ ଉପରେ ୩.୫୦ ପ୍ରତିଶତ ଲାଭ ମିଳିଥାଏ। ସେହିଭଳି ପୋଷ୍ଟ ଅଫିସର ସ୍ମଲ ସେଭିଙ୍ଗ୍ ସ୍କିମ୍ ରିକ୍ୟୁରିଙ୍ଗ ଡିପୋଜିଟ୍ ବା ଆରଡି ଉପରେ ୭.୨ ପ୍ରତିଶତ ବର୍ଷକୁ ଲାଭ ମିଳିଥାଏ। ଏଥିସହ ଏସବିଆଇରେ ମଧ୍ୟ ଦୁଇଗୁଣ ଅଧିକ ଲାଭ ମିଳିଥାଏ।
ପୋଷ୍ଟ ଅଫିସରେ ଆରଡି ଖୋଲିବା ବହୁତ ସହଜ। ଆପଣେ ଏହାକୁ କୌଣସି ପୋଷ୍ଟ ଅଫିସରେ ଖୋଲି ପାରିବେ। ଛୋଟ ପିଳାଙ୍କ ନାଁ ରେ ମଧ୍ୟ ଏହି ଆକାଉଣ୍ଟ ଖୋଲାଯାଇ ପାରିବ।