ଧର୍ମେନ୍ଦ୍ରଙ୍କ ସହିତ ବିବାହକୁ ନେଇ ମୁହଁ ଖୋଲିଲେ ଡ୍ରିମଗାର୍ଲ, ‘ମୁଁ କେବେ ବି ତାଙ୍କୁ ପରିବାର ଠାରୁ ଅଲଗା କରିନାହିଁ’

ଅଭିନେତ୍ରୀ ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଯୋଡିକୁ ଦର୍ଶକେ ଆଜିପର୍ଯ୍ୟନ୍ତ ଉଦାହରଣ ଦେଉଛନ୍ତି। ହେମା ଏବଂ ଧର୍ମେନ୍ଦ୍ର ପରସ୍ପରକୁ ପ୍ରେମ କରିଥିଲେ ସତ କିନ୍ତୁ ଏହାକୁ ସଫଳ କରିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା। ପରଦାରେ ହେଉ ଅବା ପରଦା ବାହାରେ ଉଭୟଙ୍କ ସମ୍ପର୍କ ବେଶ୍‌ ନିବିଡ। ଡ୍ରିମ୍‌ଗାର୍ଲ ହେମାମାଳିନୀ ଏବଂ ଅଭିନେତା ଧର୍ମେନ୍ଦ୍ର ବଲିଉଡ୍‌ର ହିଟ୍‌ ଯୋଡି ମଧ୍ୟରୁ ଅନ୍ୟତମ।

ସମସ୍ତେ ଜାଣିଛନ୍ତି ହେମା ଧର୍ମେନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହର ୩୯ ବର୍ଷ ପରେ ଏନେଇ ମୁହଁ ଖୋଲିଛନ୍ତି ହେମାମାଳିନୀ। ସେ କହିଛନ୍ତି, ‘ମୁଁ ଧର୍ମେନ୍ଦ୍ରଙ୍କୁ ଦ୍ୱିତୀୟ ବିବାହ କରିଛି ସତ, କେବେହେଲେ ପ୍ରଥମ ସ୍ତ୍ରୀ ପ୍ରକାଶ କୌରଙ୍କଠୁ ତାଙ୍କୁ ଅଲଗା କରିନାହିଁ।’ ଏପରିକି ତାଙ୍କ ପାରିବାରିକ ଜୀବନରେ କେବେ ବି ହସ୍ତକ୍ଷେପ କରିନାହିଁ।

hema1

ପ୍ରଥମେ ଧର୍ମେନ୍ଦ୍ର ଦେଖିବା ପରେ ମୁଁ ତାଙ୍କ ପ୍ରେମରେ ପଡିଯାଇଥିଲି। ତାଙ୍କୁ ବିବାହ କରିବାକୁ ଚାହୁଁଥିଲି। କିନ୍ତୁ ଏଥିପାଇଁ କାହା ମନ ଦୁଃଖ ହେଉ ଚାହୁଁନ ଥିଲି। ତେଣୁ ବିବାହ ପୂର୍ବରୁ ତାଙ୍କ ପାରିବାରିକ ଜୀବନରେ ହସ୍ତକ୍ଷେପ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଥିଲି ବୋଲି ସେ କହିଛନ୍ତି।

ଏହାସହ ପଢ଼ନ୍ତୁ ; କଳା ଡ୍ରେସରେ ଦମଦାର ଲୁକ୍‌ରେ ନଜର ଆସିଲେ ସାରା, ପରେ ‘ହାର୍ଟ ଇମୋଜି’ରେ ଫୁଲ୍‌ ହୋଇଗଲା କମେଣ୍ଟ ବକ୍ସ

୧୯୭୪ରେ ବଲିଉଡର ତିନି ଜଣ ଅଭିନେତା ସଂଜୀବ କୁମାର, ଜିତେନ୍ଦ୍ର ଏବଂ ଧର୍ମେନ୍ଦ୍ର ଡ୍ରିମଗାର୍ଲଙ୍କୁ ପ୍ରେମ କରୁଥିଲେ। କିନ୍ତୁ ହେମା ଧର୍ମେନ୍ଦ୍ରଙ୍କୁ ନିଜର ଜୀବନସାଥି କରିବେ ବୋଲି ଭାବିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.