ଛୋଟ କପଡ଼ା ପିନ୍ଧି ଜିମ୍ ଯାଇଥିଲେ ଏହି ଯୁବତୀ, ସମସ୍ତଙ୍କ ସାମ୍ନାରେ ତାଙ୍କ ସହ ହେଲା ଏମିତି କିଛି

ଯଦି ଆପଣ କେବେ ଜିମ୍ ଯାଇଥିବେ, ସେଠି କେଉଁଭଳି କପଡ଼ା ପିନ୍ଧାଯାଏ ଏବଂ ଏହା ପଛରେ କ’ଣ କାରଣ ରହିଛି, ତାହା ଆପଣଙ୍କୁ ନିଶ୍ଚିତ ଜଣାଥିବ। ଜିମ୍ରେ ବ୍ୟାୟାମ କରାଯିବା କାରଣରୁ ଲୋକଙ୍କୁ ଏମିତି କପଡ଼ା ପିନ୍ଧିବାକୁ ପଡ଼ିଥାଏ, ଯାହାକି ଛୋଟ ସାଙ୍ଗକୁ ଆରାମଦାୟକ ହୋଇଥାଏ। ଏହାଛଡ଼ା ଜିମ୍ରେ ବ୍ୟାୟାମ କରିବା ପରେ ବହୁତ ଗରମ ଅନୁଭବ ହୋଇଥାଏ। ତେଣୁ ସମସ୍ତେ ନିଜକୁ ଆରାମ ଲାଗିଲା ଭଳି କପଡ଼ା ପିନ୍ଧିଥାଆନ୍ତି। କିନ୍ତୁ ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ କେବେ ଆପଣ ଶୁଣି ନ ଥିବେ।
୨୨ ବର୍ଷୀୟା ଜଣେ ଯୁବତୀ ଦିନେ ଜିମ୍କୁ ଛୋଟ କପଡ଼ା ପିନ୍ଧି ଯାଇଥିଲେ। କିନ୍ତୁ ସେ କେବେ ବିଶ୍ୱାସ କରି ନ ଥିଲେ ତାଙ୍କ ସହିତ ଏଭଳି କିଛି ହେବାର ଅଛି। ଜର୍ମାନୀର ଏହି ଆଇନ ଛାତ୍ରୀଙ୍କୁ ଜିମ୍ରେ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା, ଏକ ହାସ୍ୟାସ୍ପଦ କାରଣ ଯୋଗୁ ତାଙ୍କୁ ଜିମ୍ରୁ ବାହାର କରି ଦିଆଯାଇଥିଲା। ଯୁବତୀଙ୍କ ନାଁ ମେରନି। ସେ ଗତ ଦୁଇବର୍ଷ ହେବ ଏଠାକୁ ଲଗାତାର ଓ୍ଵାର୍କଆଉଟ୍ କରିବାକୁ ଆସୁଥିଲେ। କିନ୍ତୁ ଏବେ ସେ ଜିମ୍ରୁ ବାହାରି ଯାଇଛନ୍ତି। ମେରନି ପିନ୍ଧିଥିବା ଛୋଟ କପଡ଼ା ତାଙ୍କୁ ବାହାର କରି ଦିଆଯିବାର ମୁଖ୍ୟ କାରଣ ବୋଲି ଜିମ୍ ମାଲିକ କହିଛନ୍ତି।
ଜିମ୍ ପକ୍ଷରୁ କୁହାଯାଇଛି, ମେରନି ଯେଉଁ ସ୍ପୋର୍ଟସ୍ କପଡ଼ା ପିନ୍ଧିଥିଲେ, ତାହା ଅନ୍ୟମାନଙ୍କଠାରୁ ପୂରା ଭିନ୍ନ ଥିଲା। ଆଉ ଏଥିଯୋଗୁ ସେଠାରେ ଓ୍ଵାର୍କଆଉଟ୍ କରୁଥିବା ବାକି ଲୋକଙ୍କୁ ବହୁତ ଅସୁବିଧା ହେଉଥିଲା। ଯେତେବେଳେ ମେରନି ଏହି କଥା ଶୁଣିଥିଲେ, ସେତେବେଳେ ତାଙ୍କ ହୋସ୍ ଉଡ଼ିଯାଇଥିଲା।
ଏହାସହ ପଢ଼ନ୍ତୁ: ଚାକିରି ଚାଲିଗଲା, ଘରେ ବସି ସ୍ତ୍ରୀଙ୍କ ସଉଦା କଲେ ସ୍ୱାମୀ, ସାଙ୍ଗମାନଙ୍କୁ ଡାକି ଜୋର୍ ଜବରଦସ୍ତ କରାଉଥିଲେ ଏମିତି କାମ
ଏହି କଥାକୁ ସମସ୍ତଙ୍କୁ ଜଣାଇବା ପାଇଁ ସେ ନିଜ ଟୁଇଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ। ଖାସ୍ କଥା ହେଲା, ଏହି ପୋଷ୍ଟରେ ମେରନି ସେହି ଡ୍ରେସ୍ ପିନ୍ଧି ନିଜ ଫଟୋ ଦେଇଛନ୍ତି, ଯେଉଁଥିରେ ମୁସ୍କିଲରେ ତାଙ୍କ ପେଟର ଅଳ୍ପ ଭାଗ ଦେଖାଯାଉଛି। ଆଉ ଏହି କାରଣରୁ ତାଙ୍କୁ ଜିମ୍ରୁ ବାହାର କରି ଦିଆଯାଇଥିଲା।