Below header

ଗବେଷଣାରୁ ଜଣ ପଡିଲା ଏପରି ତଥ୍ୟ, ପରିବାର ଓ ସମ୍ପର୍କକୁ ନେଇ କରାଯାଇଥାଏ ସର୍ବାଧିକ ଟ୍ୱିଟ

ଆଜିର ସମୟରେ ସବୁଠାରୁ ଅଧିକ ସୋସିଆଲ ମିଡିଆର ବ୍ୟବହାର କରାଯାଉଛି କାରଣ ଏହାଦ୍ୱାରା ଲୋକମାନେ ନିଜର ଅନୁଭବ ଏବଂ ଭାବନା ବ୍ୟକ୍ତ କରିପାରିଥାନ୍ତି । ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଯେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟରର ବ୍ୟବହାରକାରୀମାନେ ପରିବାର ଏବଂ ସମ୍ପର୍କକୁ ନେଇ ଲକ୍ଷ ଲକ୍ଷ ଟ୍ୱିଟ କରିଥାନ୍ତି । ଗତବର୍ଷ ବିଶେଷଜ୍ଞମାନେ ଏହା ଜାଣିବା ପାଇଁ ଚେଷ୍ଟା କରିଥିଲେ ଯେ ଟ୍ୱିଟରରେ କେଉଁ ବାକ୍ୟର ଅଧିକ ଉପଯୋଗ କରାଯାଇଥାଏ ।

ପ୍ରତି ସେକେଣ୍ଡରେ କରାଯାଇଥାଏ ପାଞ୍ଚ ହଜାରରୁ ଅଧିକ ଟ୍ୱିଟ

twitter

ସୂଚନା ଅନୁଯାୟୀ ଏହି ପ୍ଲାଟଫର୍ମରେ ପ୍ରତି ସେକେଣ୍ଡରେ ପ୍ରେମ ଓ ସମ୍ପର୍କକୁ ନେଇ ଛଅ ହଜାର ଟ୍ୱିଟ କରାଯାଇଥାଏ । ଏହି ଗବେଷଣାରେ ଏହା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା ଯେ ୟୁଜର୍ସମାନେ କେତେ କମନ ଶବ୍ଦ ଓ ବାକ୍ୟର ବ୍ୟବହାର କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟ୍ୱିଟରର ୟୁଜର୍ସ ମାନେ ନିଜ ଟ୍ୱିଟରେ I Want, I Love ଏବଂ I Wish ଭଳି ଶବ୍ଦର ଅଧିକ ବ୍ୟବହାର କରିଥାନ୍ତି ।

ଏହାସହ ପଢନ୍ତୁ ଟ୍ୱିଟର ଆଣୁଛି ନୂଆ ନିୟମ, ଏବେ ୟୁଜର ବିଚାର କରିବେ ତାଙ୍କର ଟ୍ୱିଟ ରିଟ୍ୱିଟ ହେବ କି ନାହିଁ

ନ୍ୟୁୟର୍କ ବିଶ୍ଵବିଦ୍ୟାଳୟର ଗବେଷକମାନେ ନିଜର ରିପୋର୍ଟରେ ପାଖାପାଖି ୬୦ କୋଟି ଟ୍ୱିଟକୁ ଚିହ୍ନଟ କରିଛନ୍ତି । ସେଥିମଧ୍ୟରେ wish to go back ଭଳି ବାକ୍ୟକୁ ଅଧିକ ଟ୍ୱିଟ କରାଯାଇଛି । ଯାହାକି ଏହି ତାଲିକାରେ ୧୯.୩ ପ୍ରତିଶତ ରହିଛି । ଏହା ବ୍ୟତୀତ ଆର୍ଥିକ ସ୍ଥିତି ସହ ଜଡିତ ଅନେକ ଟ୍ୱିଟ ମଧ୍ୟ ଏହି ରିପୋର୍ଟରେ ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.