ବିନା ପେଟ୍ରୋଲ ଓ ଡିଜେଲରେ ରାଜଧାନୀରେ ଚାଲିବ ପ୍ରଦୂଷଣ ମୁକ୍ତ ବସ୍‌, ଜାଣନ୍ତୁ କଣ ରହିଛି ବିଶେଷତ୍ବ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ରାଜରାସ୍ତାରେ ଗଡିବ ଇଲେକ୍‌ଟ୍ରିକ୍‌ ବସ୍‌ । ପ୍ରଥମ ପଯ୍ୟାର୍ୟରେ ଆସିବ ୫୦ଟି ବସ୍‌ । ଇଏ ହେଉଛି ଡେମୋ ବସ୍‌। ଆସନ୍ତାକାଲିଠୁ ବିଭିନ୍ନ ରୁଟ୍‌ରେ ଏହାର ଟ୍ରାଏଲ ରନ୍‌ କରାଯିବ । ଏଥିପାଇଁ ହାଇଦ୍ରାବାଦରୁ ଇଲେକଟ୍ରିକ୍‌ ବସ୍‌ ଭୁବନେଶ୍ୱର ଅଣାଯାଇଛି। ମୋ ବସ୍‌ରେ ଯାତ୍ରୀଙ୍କୁ ମିଳୁଥିବା ସୁବିଧାଠାରୁ ଇଲେକ୍ଟ୍ରିକ୍‌ ବସ୍‌ରେ ମିଳିବ ଅତ୍ୟାଧୁନିକ ସୁବିଧା ସୁଯୋଗ। ବରିଷ୍ଠ ନାଗରିକଙ୍କ ପାଇଁ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା । ପୂର୍ବରୁ ମୁମ୍ବାଇ, ହାଇଦ୍ରାବାଦ, ହିମାଞ୍ଚଳ ପ୍ରଦେଶ, ପୁନେରେ ଏହି ବସ୍‌ ଚାଲୁଛି ।

ଏବେ ଆସନ୍ତୁ ଦେଖିବା କ’ଣ ଏହି ଇଲେକଟ୍ରିକ୍‌ ବସରେ ସୁବିଧା। ବିନା ପେଟ୍ରୋଲ ଓ ଡିଜେଲରେ ଚାଲିବ। ପ୍ରଦୁଷଣ ମୁକ୍ତ ଏହି ଇଲେକ୍ଟଟ୍ରିକ୍‌ ବସ । ଥରେ ଫୁଲ ଚାର୍ଜ କଲେ ଗଡ଼ିବ ୨ଶହ କିଲୋମିଟର। ଫୁଲ ଚାର୍ଜ ପାଇଁ ୩ ଘଣ୍ଟା ସମୟ ଲାଗିବ । ସ୍ପିଡୋମିଟର ଭଳି ଏହି ବସରେ ରହିଛି ଚାର୍ଜ ଡିସପ୍ଲେ ବ୍ୟବସ୍ଥା। ଯେଉଁଥିରେ ଡ୍ରାଇଭର ଜାଣି ପାରିବେ ଆଉ କେତେ ବାଟ ଯିବ ବସ୍‌। ୩୨ଟି ସିଟ୍‌ ରହିଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତି ସିଟ୍‌ ପାଖରେ ରହିଛି ଏମରଜେନ୍ସୀ ସୁଇଚ୍‌ । ମୋବାଇଲ ଚାର୍ଜିଂ ପାଇଁ ମଧ୍ୟ ପଏଣ୍ଟ ରହିଛି। ସୁରକ୍ଷା ଦୃଷ୍ଟିରୁ ବସରେ ଲାଗିଛି ୩ଟି ସିସିଟିଭି କ୍ୟାମେରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.