ହ୍ଵାଟ୍ସଆପର ନୂଆ ଫିଚର, କନେକ୍ଟ ହୋଇ ପାରିବେ ୩୩ ରୁ ୧୨୮ ଗ୍ରୁପ୍‌ ମେମ୍ବର୍ସ

ହ୍ଵାଟ୍ସଆପ୍ ଏହାର ଅଫିସିଆଲ୍ ଚ୍ୟାନେଲ୍ ମାଧ୍ୟମରେ ଏହି ଫିଚର ର ରୋଲ ଆଉଟ୍ ବିଷୟରେ ସୂଚନା ଦେଇଛି । ଏହି ଫିଚର ହ୍ଵାଟ୍ସଆପ୍ ଗ୍ରୁପ୍ ପାଇଁ ଅଣାଯାଇଛି । ଏହି ଫିଚର ୟୁଜରଙ୍କୁ ୩୩ ରୁ ୧୨୮ ଗ୍ରୁପ୍‌ ମେମ୍ବର୍ସ ସହିତ କନେକ୍ଟ କରିବାକୁ ସୁବିଧା ଦେବ ।

ଲୋକପ୍ରିୟ ଚାଟିଂ ଆପ୍ ହ୍ଵାଟ୍ସଆପ୍ ଏହାର ୟୁଜରମାନଙ୍କ ପାଇଁ ଏକ ନୂଆ ଫିଚର ରୋଲ ଆଉଟ କରିଛି । ଏହି ଫିଚରର ନାମ ହେଉଛି ଭଏସ୍ ଚାଟ୍ । ହ୍ଵାଟ୍ସଆପ୍ ର ଏହି ଫିଚର ଗ୍ରୁପ୍ କଲିଂ ପରି, କିନ୍ତୁ ଏହା ଗ୍ରୁପ୍ କଲିଂ ଠାରୁ ଭିନ୍ନ ଭାବରେ କାମ କରେ । ହ୍ଵାଟ୍ସଆପ୍ ଏହାର ଅଫିସିଆଲ୍ ଚ୍ୟାନେଲ୍ ମାଧ୍ୟମରେ ଏହି ଫିଚର ର ରୋଲ ଆଉଟ୍ ବିଷୟରେ ସୂଚନା ଦେଇଛି । ଏହି ଫିଚର ହ୍ଵାଟ୍ସଆପ୍ ଗ୍ରୁପ୍ ପାଇଁ ଅଣାଯାଇଛି । ଏହି ଫିଚର ୟୁଜରଙ୍କୁ ୩୩ ରୁ ୧୨୮ ଗ୍ରୁପ୍‌ ମେମ୍ବର୍ସ ସହିତ କନେକ୍ଟ କରିବାକୁ ସୁବିଧା ଦେବ ।

ପୂର୍ବରୁ ହିଁ ହ୍ଵାଟ୍ସଆପ୍ ଗ୍ରୁପରେ ମେମ୍ବର୍ସମାନଙ୍କୁ ଭଏସ୍ ମେସେଜ୍ ପଠାଇବା ପାଇଁ ସୁବିଧା ରହିଛି । କିନ୍ତୁ ଭଏସ୍ ଚାଟ୍ ଭିନ୍ନ ଭାବରେ କାମ କରେ । ଭଏସ୍ ଚାଟ୍ ଆରମ୍ଭ ହେବା ମାତ୍ରେ ଗ୍ରୁପ୍‌ ମେମ୍ବର୍ସମାନଙ୍କୁ ଏକ ନୋଟିଫିକେସନ ମିଳିବ । ଭଏସ୍ ଚାଟ୍ ରେ କେତେ ମେମ୍ବର୍ସ ଜଏନ୍‌ କଲେ, ତାକୁ ହ୍ଵାଟ୍ସଆପ୍ ୟୁଜରମାନେ ନିଜ ସ୍କ୍ରିନରେ ଦେଖି ପାରିବେ । ସମସ୍ତ ମେମ୍ବର୍ସ ଲେଫ୍ଟ ହେବା ପରେ ଭଏସ୍ ଚାଟ୍ ଶେଷ ହୋଇଯିବ । ଯଦି କୌଣସି ମେମ୍ବର ୬୦ ମିନିଟ୍ ମଧ୍ୟରେ ଜଏନ୍‌ ନହୁଅନ୍ତି ତେବେ ଆରମ୍ଭ ହୋଇଥିବା ଭଏସ୍ ଚାଟ୍ ଶେଷ ହୋଇଯିବ ।

କିପରି ଆରମ୍ଭ କରିବେ ଭଏସ୍‌ ଚାଟ୍‌ ?

ସର୍ବପ୍ରଥମେ ଆପଣଙ୍କୁ ହ୍ଵାଟ୍ସଆପ୍ ଗ୍ରୁପ୍ କୁ ଆସିବାକୁ ପଡିବ, ଯେଉଁଠାରେ ଆପଣଙ୍କୁ ଭଏସ୍ ଚାଟ୍ ଆରମ୍ଭ କରିବାକୁ ପଡିବ ।
ପରେ ଆପଣଙ୍କୁ ଟପ୍‌ ରାଇଟ୍‌ କର୍ଣ୍ଣରରେ ଥିବା ଭଏସ୍ ଚାଟ୍ ଆଇକନ୍ ଉପରେ ଟ୍ୟାପ୍ କରିବାକୁ ପଡିବ ।
ଏଠାରେ ଆପଣଙ୍କୁ ଷ୍ଟାର୍ଟ ଭଏସ୍ ଚାଟ୍ ଉପରେ ଟ୍ୟାପ୍ କରିବାକୁ ପଡିବ ।
ଏହା ପରେ ଆପଣ ଭଏସ ଚାଟ୍‌ କରିବାକୁ ସକ୍ଷମ ହେବେ ଏବଂ ଏହି ଫିଚରର ମଜା ନେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.