ଭାଇରାଲ ହେଉଛି ସ୍ନାପଚାଟ ବେବି ଫିଲଟର, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଫ୍ଲାଟଫର୍ମ ସ୍ନାପଚାଟରେ ଏକ ନୂତନ ପ୍ରକାରର ଫିଲଟର ଆସିଛି । କମ୍ପାନୀ ଲିଙ୍ଗ ପରିବର୍ତ୍ତନ ଏବଂ ବେବି ନାମକ ଦୁଇଟି ଫିଲଟର ଲଞ୍ଚ କରିଥିବା ବେଳେ ସବୁଠାରୁ ଲୋକପ୍ରିୟ ରହିଛି ବେବି ଫିଲଟର। ଏନେଇ ଏବେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋକୁ ବେବି ଫିଲଟରର ବ୍ୟବହାର କରି ଅପଲୋଡ କରଯାଇଛି। ଏହି ଫିଲଟରର ବ୍ୟବହାରରେ ନରେନ୍ଦ୍ର ମୋଦି, ଅମିତ ଶାହା, ରାହୁଲ ଗାନ୍ଧୀ, ଅଖିଲେଶ ୟାଦବ, ଯୋଗୀ ଆଦିତ୍ୟନାଥ, ମାୟାବତୀ ଆଦି ସମସ୍ତଙ୍କର ବେବି ଫୋଟ ପ୍ରସ୍ତୁତ କରାଯାଇଛି। ଏବେ ଏହାର ବ୍ୟବହାରର ଅନେକ ଫିଲ୍ମ କଳାକାର ଏବଂ ଟେଲିଭିଜନ ଧାରାବାହିକ କଳାକାର ମଧ୍ୟ କରୁଥିବା ଦେଖିବାକୁ ମିଳିଛି।
କଣ ରହିଛି ବେବି ଫିଲଟର
ସୋସିଆଲ ମିଡିଆ ସ୍ନାପଚାଟରେ ନୂତନ ବେବି ଫିଲଟର ଯୋଡା ଯାଇଛି। ଏହାକୁ ଚୟନ କରିବା ପରେ ତାହା ଆପଣଙ୍କ ମୁହଁକୁ ଡିଟେକ୍ଟ କରିବା ସହ ଛୋଟ ପିଲାର ଫଟୋରେ ପରିବର୍ତ୍ତନ କରିଥାଏ। ଏହି ସଂପୂର୍ଣ୍ଣ ପ୍ରୋସେସରେ ମାତ୍ର ୨ରୁ ୩ ସେକେଣ୍ଡ ଲାଗିଥାଏ। ସବୁଠାରୁ ଖାସ କଥା ହେଉଛି ଏହି ଫିଲଟରକୁ ଆପଣ ଫଟୋ ଉପରେ ବ୍ୟବହାର ମଧ୍ୟ କରାଯାଇ ପାରୁଛି।