‘ପ୍ରେମ ଝରଣା, ଯେଉଁଠି ସ୍ନାନ କଲେ ପ୍ରେମୀ-ଯୁଗଳଙ୍କ ମଧ୍ୟରେ କେବେବି ହୋଇନଥାଏ ବ୍ରେକଅପ୍

ସାଧାରଣତଃ କପଲ୍ସଙ୍କ ମଧ୍ୟରେ ଛୋଟ-ଛୋଟ କଥାକୁ ନେଇ ମନାନ୍ତର-ମତାନ୍ତର ହୋଇଯାଏ। ଆଜିର ଦୁନିଆରେ ଦେଖିବାକୁ ଗଲେ ଦମ୍ପତ୍ତିଙ୍କ ମଧ୍ୟରେ ବାଦବିବାଦ ହୋଇଯାଏ। ଯାହାକୁ ସମୟ ପୂର୍ବରୁ ଠିକ କରିବା ଆବଶ୍ୟକ ହୋଇଥାଏ।

ଯଦି ଆପଣଙ୍କ ଜୀବନରେ ମଧ୍ୟ ସାଥିଙ୍କୁ ନେଇ କୌଣସି ସମସ୍ୟା ରହିଥାଏ ତେବେ ଆମେ ଆପଣଙ୍କୁ ଏମିତି ଏକ ଝରଣା ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଯଦି କୌଣସି ପ୍ରେମୀ ଯୁଗଳ ସାଥିରେ ସ୍ନାନ କରିଥାନ୍ତି ତେବେ ତାଙ୍କ ଜୀବନରେ ସବୁ ସମସ୍ୟା ଶେଷ ହୋଇଯାଇଥାଏ।

waterଆମେ ଯେଉଁ ଝରଣା ବିଷୟରେ କହିବାକୁ ଯାଉଛୁ ତାହା ଗ୍ବାଲିୟର ଶିବପୁରୀ ନାମକ ସ୍ଥାନରେ ରହିଛି। ଏହି ଜାଗାରେ ଏମିତି ଏକ ଝରଣା ରହିଛି, ଯାହା ପ୍ରେମୀ ଯୋଡିଙ୍କ ମଧ୍ୟରେ ସମସ୍ତ ସମସ୍ୟାକୁ ଶେଷ କରିଦେଇଥାଏ। ସ୍ଥାନୀୟ ଲୋକଙ୍କ ଧାରଣର ଯେ ଏହି ଝରଣାର ପାଣି ଅମ୍ରୁତ ଅଟେ ଏବଂ ଏହି କୁଣ୍ଡରେ ସ୍ନାନ କରିବା ଦ୍ବାରା ତ୍ବଚା ସମ୍ବଦ୍ଧୀୟ ସବୁ ରୋଗ ଦୂର ହୋଇଥାଏ।

ଏହି ଝରଣାର ପାଣି କେବଳ ବର୍ଷା ସମୟରେ ରହିଥାଏ। ପାଣି ଝରି ଏକ କୁଣ୍ଡରେ ଏକାଠି ହୋଇଥାଏ ଯାହାର ନାମ ହେଉଛି ‘ଭଦୈୟା କୁଣ୍ଡ’। ଏହି ଝରଣାରେ ସ୍ନାନ କରିବାକୁ ନେଇ ଏହା ମାନ୍ୟତା ରହିଛି ଯେ ଯେଉଁ ଯୋଡି ଏକା ସାଥିରେ ଏହି ଝରଣାରେ ସ୍ନାନ କରନ୍ତି ସେମାନଙ୍କ ମଧ୍ୟରେ କେବେବି ବ୍ରେକଅପ୍ ହୋଇନଥାଏ। କେବଳ ଏତିକି ନୁହେଁ ଯଦି କୌଣସି ବୟଷ୍କ ଯୋଡି ମଧ୍ୟ ଏକା ସାଥିରେ ଏହି ଝରଣାରେ ସ୍ନାନ କରନ୍ତି ତାଙ୍କ ମଧ୍ୟରେ ସବୁ ଦୂରତା ଶେଷ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.