ଟାଟାର ନୂଆ SUV Harrierର ହେଲା ଖୁଲାସା, ଜାଣନ୍ତୁ ଏହାର ଫିଚର ଏବଂ ମୂଲ୍ୟ ବିଷୟରେ

ନୂଆଦିଲ୍ଲୀ : ପ୍ରସିଦ୍ଧ ବାହନ ନିର୍ମାତା କମ୍ପାନି ଟାଟା ମୋଟର୍ସ ନିଜର ନୂଆ SUV Tata Harrier ବିଷୟରେ ଖୁଲାସା କରିଛି। ଏହାକୁ ଲାଣ୍ଡ ରୋଭରର ପ୍ଲାଟଫର୍ମରେ ନିର୍ମାଣ କରାଯାଇଛି। କମ୍ପାନି ଏହାକୁ ଖୁବ୍ ଆର୍କଷଣୀୟ ଡିଜାଇନରେ ପ୍ରସ୍ତୁତ କରିଛି। ଏହାର ମୂଲ୍ୟ ୧୫ ଲକ୍ଷ ପାଖାପାଖି ରହିଥିବା ବେଳେ ବୁକିଂ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ କରିଛି। କମ୍ପାନିର ଡିଲରସିପ୍ ଶୋରୁମରେ ମାତ୍ର ୩୦,୦୦୦ ଟଙ୍କା ଦେଇ ଆପଣ ଏହାର ବୁକିଂ କରିପାରିବେ।
ଟାଟା ମୋଟର୍ସର କର୍ମଚାରୀ ମୟଙ୍କ ପାରୀଖଙ୍କ କହିବା ମୁତାବକ, ବୁକିଂ ଆରମ୍ଭ ହେବା ପରେ SUV Harrierକୁ ନେଇ ଗ୍ରାହକଙ୍କର ବହୁତ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତେବେ ଏହା ୨୦୧୯ର ଆରମ୍ଭରେ ଲଞ୍ଚ ହେବାକୁ ଯାଉଛି।
ସୂଚନା ମୂତାବକ, ଏହି ନୂଆ SUVରେ Kryotec ୨.୦ ଇଞ୍ଜିନ୍ ରହିଛି। ଏହି ଇଞ୍ଜିନ୍ 140bhp ପାୱାର ଜେନେରେଟ କରିବ। ଗାଡ଼ିରେ ୬-ସ୍ପିଡ଼୍ ମେନୁଆଲ ଏବଂ ୬-ସ୍ପିଡ଼୍ ଆଟୋମେଟିକ୍ ଗିୟର ବକ୍ସର ଅପସନ୍ ରହିଛି। କମ୍ପାନି କହିବାନୁଯାୟୀ, ଏହି ନୂଆ କାରରେ ୨.୦ ଲିଟର, ଚାରି- ସିଲିଣ୍ଡର ଡିଜେଲ ଇଞ୍ଜିନ କ୍ରାୟୋଜେନିକ୍ ରକେଟ ଇଞ୍ଜିନ ଆଦିର ଫିଚର ପାଇ ପାରିବେ।