ଟଙ୍କା ଉଠାଣ ଉପରେ ଲାଗିଲା ପ୍ରତିବନ୍ଧକ , ଆଜିଠୁ ଲାଗୁ ହେବ SBIର ଏହି ନୂଆ ନିୟମ

ଆଜିଠୁ ଲାଗୁ ହେବା ଏସବିଆଇର ନୂଆ ନିୟମ । ଟଙ୍କା ଉଠାଣ ଉପରେ ଲାଗିଲା ପ୍ରତିବନ୍ଧକ । ଏଣିକି ଗୋଟିଏ ଦିନରେ ମାତ୍ର ୨୦ହଜାର ଟଙ୍କା ଉଠାଇ ପାରିବେ ଗ୍ରାହକ । ଏହି ନୂଆ ନିୟମ ଆଜି ଠାରୁ ଲାଗୁ ହେବ । ତେବେ ବର୍ତ୍ତମାନ ଗୋଟିଏ ଦିନରେ ଏଟିଏମରୁ ୪୦ହଜାର ଟଙ୍କା ଉଠାଇପାରୁଛନ୍ତି ଗ୍ରାହକ । କିନ୍ତୁ ଆଜିଠୁ ଏହା ୨୦ ହଜାର ହୋଇଯିବ ।

ଡିଜିଟାଲ୍ ଟ୍ରାଞ୍ଜାକ୍ସନକୁ ବଢାଇବା ପାଇଁ ଟଙ୍କା ଉଠାଇବା ପରିମାଣ କମ୍ କରିବା ନିଷ୍ପତ୍ତି ନେଇଛି ଏସବିଆଇ । ଏହା ସହ ଏଟିଏମ୍ ଟ୍ରାଞ୍ଜାକକ୍ସନ୍ ସମୟରେ ହେଉଥିବା ଠକେଇକୁ ଆଖି ନିଜ ଶାଖା ଗୁଡିକୁ ଏହି ନିର୍ଦ୍ଦେଶ ଦେଇଛି ଏସବିଆଇ । ତେବେ ଯେଉଁମାନେ ଅଧିକ ଟଙ୍କା ଉଠାଇବାକୁ ଚାହିଁବେ ସେମାନେ ଉଚ୍ଚ ଭାରିଏଣ୍ଟ୍ ବାଲା କାର୍ଡ ବ୍ୟବହାର କରିପାରିବେ । ଏହି କାର୍ଡ ସେହିମାନଙ୍କୁ ଦିଆଯାଏ ଯେଉଁମାନେ ନିଜ ବ୍ୟାଙ୍କ୍ ଖାତାରେ ମିନିମମ୍ ବାଲାନ୍ସ ଠାରୁ ଅଧିକ ଟଙ୍କା ରଖିଥାନ୍ତି ।

transactionଏହା ସହ ଏସବିଆଇ ନିଜର ମୋବାଇଲ ୱାଲେଟ SBI Buddyକୁ ୧ ନଭେମ୍ବରରୁ ବନ୍ଦ କରିବାକୁ ଯାଉଛି। ବ୍ୟାଙ୍କ ଅନୁଯାୟୀ, ଜିରୋ ବାଲାନ୍ସ ଥିବା SBI Buddy ଆପକୁ ବନ୍ଦ କରାଯାଇଛି କିନ୍ତୁ ବାଲାନ୍ସ ଥିବା ୱାଲେଟକୁ ବନ୍ଦ କରିବା ପଛରେ କିଛି ସୂଚନା ମିଳିନାହିଁ। ତେବେ ଏହା ଦ୍ବାରା ପ୍ରାୟ ୧୨ ମିଲିୟନ ଗ୍ରାହକ ପ୍ରଭାବିତ ହେବା ନେଇ ସୂଚନା ରହିଛି।

ଏସବିଆଇ ନୋଟିଫିକେସନ୍ ଜାରି କରି ନିଜର ଗ୍ରାହକଙ୍କୁ ସୂଚନା ଦେଇଛି କି, ଇଣ୍ଟରନେଟ ସେବାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ନିଜର ମୋବାଇଲ ନମ୍ବର ଆକାଉଣ୍ଟ ସହ ଯୋଡ଼ିବାକୁ ପଡ଼ିବ। ବ୍ୟାଙ୍କର ସମସ୍ତ ଗ୍ରାହକଙ୍କୁ ଏହି ନିୟମକୁ ଅନୁସରଣ କରିବାକୁ ପଡ଼ିବ। ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆପଣ ଆକାଉଣ୍ଟ ଲିଙ୍କ କରୁନାହାନ୍ତି ତେବେ ଆପଣଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ବନ୍ଦ କରାଯିବ।

ସେହିପରି ଆରବିଆଇର ଅଦେଶକ୍ରମେ ଏସବିଆଇ ଘୋଷଣା କରିଛି କି ସମସ୍ତ ମ୍ୟାଗନେଟିକ୍ ଷ୍ଟ୍ରାଇପ୍ ଏଟିଏମ୍ କମ ଡ଼େବିଟ କାର୍ଡ଼ ୩୧ ଡ଼ିସେମ୍ବର ମଧ୍ୟରେ କାମ କରିବ ନାହିଁ। ଏଣୁ ଗ୍ରାହକଙ୍କୁ ନିର୍ଦ୍ଦାରିତ ସମୟ ସୀମା ମଧ୍ୟରେ କାର୍ଡ଼କୁ ପରିବର୍ତ୍ତନ କରିବା ପାଇଁ ଆଦେଶ ଦିଆଯାଇଛି। ତେବେ ଏହି କାର୍ଡ଼ ପରିବର୍ତ୍ତନ ସପୂର୍ଣ୍ଣ ନିଶୁକ୍ଳ ଅଟେ।