Below header

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆସନ୍ତାକାଲିଠୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ଶିମିଳିପାଳ (କେନ୍ୟୁଜ୍) : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ପାଇଁ ବାରିପଦାର ପିଠାବଟା ଓ ଯଶିପୁର କାଣିଆଣ ବୁକିଂ କାଉଣ୍ଟରରେ ଅନୁମତି ପତ୍ର ମିଳିପାରିବ । ପ୍ରତିଦିନ ୨୫ଟି ଯାନ ପିଠାବଟା ଫାଟକ ଦେଇ ପ୍ରବେଶ କରିବାକୁ ଥିବା ବେଳେ ଯଶିପୁର କାଳିଆଣି ଫାଟକ ଦେଇ ୩୫ଟି ଯାନ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରପାରିବ । ତେବେ ପର୍ଯ୍ୟଟକଙ୍କ ପାଇଁ ରାତ୍ରିଯାପନର ବ୍ୟବସ୍ଥା ମଧ୍ୟ ରହିଛି । ଏଥିପାଇଁ ପର୍ଯ୍ୟଟକଙ୍କୁ ଅଗ୍ରିମ ବୁକିଂ କରିବାକୁ ପଡିବ । ଅନ୍ୟପଟେ ଚଳିତ ବର୍ଷ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ତରଫରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.