ପୁଣି ବଢ଼ିଲା ଫେସବୁକର ଆୟ, ୩୩ ପ୍ରତିଶତ ବଢ଼ିବା ସହ ପହଞ୍ଚିଲା ୧୩୭୩ କୋଟି ଡଲାରରେ, ଏବେ ଇନଷ୍ଟାଗ୍ରାମ ଟିଭି ଆଣିବା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ଫେସବୁକର ଜୁଲାଇ- ସେପ୍ଟେମ୍ବର ତ୍ରୟମାସିକ ଆୟ ୩୩ ପ୍ରତିଶତ ବଢ଼ିଲା । ଯାହା ପହଞ୍ଚିଛି ୧୩୭୩ କୋଟି ଡଲାରରେ । ତେବେ ବିଶ୍ଳେଷକଙ୍କ ଅନୁଯାୟୀ ଏହା ୧୩,୭୮ କୋଟି ଡଲାର ହେବ ବୋଲି ଆଶା କରାଯାଉଥିଲା। ଏବେ କିନ୍ତୁ କମ୍ପାନିର ମାସିକ ଗ୍ରାହକ ସଂଖ୍ଯା ୧୦ ପ୍ରତିଶତ ପର୍ଯ୍ଯନ୍ତ ବଢ଼ିଥିବା ବେଳେ ବିଶ୍ଳେଷକମାନେ ୨୨୯ ଶହ କୋଟି ହେବ ବୋଲି ଅନୁମାନ ଲଗାଇଥିଲେ। ଏହି ଆୟ ବିଷୟରେ ଫେସବୁକର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, ଆସନ୍ତା ବର୍ଷ ଅଧିକ ପରିମାଣର ଗ୍ରାହକଙ୍କ ନିବେଶ ନେଇ ଯୋଜନା କରାଯାଉଛି। ଫେସବୁକ୍ ୱାଚ୍, ଇନଷ୍ଟାଗ୍ରାମ ଟିଭି  ଏବଂ ଫେସବୁକ୍ ମାର୍କେଟ୍ ପ୍ଲସ୍ ଭଳି ନୂତନ ପ୍ରଡକ୍ଟ ପ୍ରସ୍ତୁତ କରୁଛି। ଏଥିସହ ସାଇବର ସିକ୍ଯୁରିଟିକୁ ବଢ଼ାଇବା ନେଇ ଅଧିକ ଧ୍ୟାନ ଦିଅଯିବ ବୋଲି କହିଛନ୍ତି କମ୍ପାନି ସିଇଓ।

facebook

ଜୁଲାଇ-ସେପ୍ଟେମ୍ବରରେ ଫେସବୁକର ଦୈନିକ ଆକ୍ଟିଭ୍ ଗ୍ରାହକଙ୍କ ସଂଖ୍ଯା ୯ ପ୍ରତିଶତ ବଢ଼ିଥିଲା। ଯାହା ୧୪୯ ଶହ କୋଟି ହେବ ବୋଲି ଆଶା କରାଯାଉଥିବା ବେଳେ ତାହା ୧୫୧ ଶହ କୋଟି ରହିଥିଲା। ଫେସବୁକର ପ୍ରତି ଶେୟାର ଆୟ ନିର୍ଦ୍ଧାରିତ ସୀମାରୁ ଅଧିକ ରହିଛି। କମ୍ପାନି ହିସାବରେ ପାଖାପାଖି ୨୬ ଶହ କୋଟି ଗ୍ରାହକ ପ୍ରତି ମାସରେ କମ୍ପାନି ସହ ଯୋଡ଼ି ହେଉଛନ୍ତି। ଏଥିସହ ପ୍ରାୟ ୨୦୦ କୋଟି ଲୋକ ପ୍ରତିଦିନ କମ୍ପାନି ଆପ୍ ସହ ଯୋଡ଼ି ହେଉଛନ୍ତି।

ଫେସବୁକର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି, ଏଥର ଗ୍ରାହକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯିବ । ଚଳିତ ବର୍ଷ ଅପେକ୍ଷା ଆସନ୍ତା ବର୍ଷ ୫୦ ପ୍ରତିଶତ ଖର୍ଚ୍ଚ ବଢ଼ିବା ନେଇ ଆଶା କରାଯାଉଛି।