Below header

ଖୁବ ଶୀଘ୍ର ଆସିବାକୁ ଯାଉଛି ସରକାରୀ ଟ୍ରୁ କଲର, ଫେକ୍ କଲ ଉପରେ ଲାଗିବ ଲଗାମ

ଏବେ ଆଉ କରିପାରିବେନି ଫେକ୍ କଲ୍ । ଖୁବ ଶୀଘ୍ର ସରକାର ଆଣିବାକୁ ଯାଉଛନ୍ତି ‘ଟ୍ରୁ କଲର’ ସର୍ଭିସ । ଏହି ସର୍ଭିସ ଯୋଗେ ମୋବାଇଲ ସ୍କ୍ରିନରେ ଦେଖିବାକୁ ମିଳିବ ‘କଲର’ର ସଠିକ୍ ନାମ । ଏଥିପାଇଁ TRAI ପକ୍ଷରୁ ଏକ ପରାମର୍ଶ ପତ୍ର ଜାରି ହୋଇଛି ।

ଏବେ ଆଉ କରିପାରିବେନି ଫେକ୍ କଲ୍ । ଖୁବ ଶୀଘ୍ର ସରକାର ଆଣିବାକୁ ଯାଉଛନ୍ତି ‘ଟ୍ରୁ କଲର’ ସର୍ଭିସ । ଏହି ସର୍ଭିସ ଯୋଗେ ମୋବାଇଲ ସ୍କ୍ରିନରେ ଦେଖିବାକୁ ମିଳିବ ‘କଲର’ର ସଠିକ୍ ନାମ । ଏଥିପାଇଁ TRAI ପକ୍ଷରୁ ଏକ ପରାମର୍ଶ ପତ୍ର ଜାରି ହୋଇଛି । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଶୁକ୍ରବାର ଦିନ ଏହାର ସୁପାରିଶରେ କହିଛି ଯେ ମୋବାଇଲ୍ ଫୋନ୍ ସ୍କ୍ରିନରେ କଲରଙ୍କ ନାମ ପ୍ରଦର୍ଶନ କରିବାର ବ୍ୟବସ୍ଥା ‘କଲିଂ ନେମ୍ ପ୍ରେଜେଣ୍ଟେସନ୍’ (CNP) ସପ୍ଲିମେଣ୍ଟାରୀ ସର୍ଭିସ ଅଧୀନରେ ଏହି ସର୍ଭିସ ଆରମ୍ଭ କରାଯିବା ଉଚିତ ।

ସିମ୍ ନେବା ସମୟରେ ୟୁଜର ଫର୍ମରେ ଯେଉଁ ନାଁ ଦେଇଥିବେ, ଫୋନ୍ କଲେ ସେହି ନାଁ ହିଁ ଆସିବ । ଫଳରେ ଲୋକେ ଆଉ ଫେକ୍ କଲ ଭଳି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ୟୁଜର ସଠିକ୍ କଲ୍ ହିଁ ରିସିଭ୍ କରିପାରିବେ । ତେବେ ଏହି ସର୍ଭିସ କେବେଠାରୁ ଆରମ୍ଭ କରାଯିବ ସେନେଇ ଏପର୍ଯ୍ୟନ୍ତ କୌଣସି ତାରିଖ ନିର୍ଦ୍ଧିଷ୍ଟ କରାଯାଇନାହିଁ । ୟୁଜରଙ୍କ ଅନୁରୋଧ ଅନୁସାରେ ସମସ୍ତ ଟେଲିକମ୍ କମ୍ପାନୀ ଏହି ସର୍ଭିସ ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୋବାଇଲ୍ ୟୁଜରମାନେ ଥାର୍ଡ଼ ପାର୍ଟି ଆପ୍ ଟ୍ରୁ କଲର୍ ସାହାଯ୍ୟରେ କଲର୍ ସୂଚନା ପାଇପାରୁଥିଲେ । ଯେଉଁଥିରେ ମୋବାଇଲ୍ ୟୁଜରଙ୍କ ଡାଟା ଲିକ୍ ହେବାର ଆଶଙ୍କା ରହିଛି, କାରଣ ଟ୍ରୁ କଲର୍ ଆପ୍ ଇନଷ୍ଟଲ ସହିତ ଏହା ଆପଣଙ୍କଠାରୁ ଅନେକ ପରମିଶନ ମାଗିଥାଏ, ଯେଉଁଥିରେ ଆପଣଙ୍କ ମୋବାଇଲରେ କଣ୍ଟାକ୍ଟ, ମେସେଜ, ଫଟୋ ଏବଂ ଅନ୍ୟାନ୍ୟ ସୂଚନା ଅନ୍ତର୍ଭୁକ୍ତ । ଏପରି ପରିସ୍ଥିତିରେ, TRAI ର ଏହି ନିଷ୍ପତ୍ତି ପରେ, ଆପଣଙ୍କୁ ଥାର୍ଡ଼ ପାର୍ଟି ଆପ୍ ଇନଷ୍ଟଲ କରିବାକୁ ପଡିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.