Below header

୧ ଡଲାରରେ Oneplus ବଡ୍‌ସ, ଖୁବ କମ୍‌ ଦାମରେ ଉପଲବ୍ଧ ହୋଇଛି Oneplus 7T, ଜାଣନ୍ତୁ କଣ ରହିଛି ମୂଲ୍ୟ

Oneplus କମ୍ପାନୀ ଆସନ୍ତା କାଲି ଅର୍ଥାତ ନଭେମ୍ବର ୧୮ ତାରିଖରେ ନିଜ ୟୁଏସ ଅନଲାଇନ ଷ୍ଟୋର ମାଧ୍ୟମରେ ଏକ ବଡ ଧରଣର ବିକ୍ରି କରିବାକୁ ଯାଉଛି। ଏବେ ଆପଣ କେବଳ ୧ ଡଲାରରେ Oneplus ବଡ୍‌ସର ୱେୟାରଲେସ ଇଅରବଡକୁ କିଣି ପାରିବେ। ତେବେ ଏହି ମୂଲ୍ୟରେ ଷ୍ଟକ ସୀମିତ ରହିବ ଏବଂ କମ୍ପାନୀର ଷ୍ଟକ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ମିଳିନାହିଁ। ଏହା ସହିତ ବିକ୍ରିର କୋଣସି ନିର୍ଦ୍ଦିଷ୍ଟ ସମୟ କମ୍ପାନୀ ଉଲ୍ଳେଖ କରିନାହିଁ। ଯଦି ଆପଣ ଏହାକୁ ୧ ଡଲାର ମୂଲ୍ୟରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦିନ ସାରା F5 ବଟନକୁ କ୍ଲିକ କରିବାକୁ ପଡିବ।

oneplus2

ସେହିପରି ଫୋନରେ ଅଧିକ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ Oneplus 7T କେବଳ ୩୪୯ ଡଲାର ମୂଲ୍ୟରେ ଉପଲବ୍ଧ ରହୁଛି। ଏହି ମୂଲ୍ୟ ପୂର୍ବରୁ ନିର୍ଦ୍ଧାରିତ ରହିଥିବା ବେଳେ ଏହାର ସମୟ ସୀମାର କୌଣସି ଖୁଲାସା ହୋଇନାହିଁ। ତେବେ ଓ୍ଵାନପ୍ଲସ 7T 8gb ରାମ, 128 GB ଷ୍ଟୋରେଜ, ୨୫୦ ଡଲାର ମୂଲ୍ୟ କଟ ଏବଂ ଓ୍ଵାନପ୍ଲସ ବୁଲେଟ ଓ୍ଵାଏରଲେସ z ତାର ସହିତ ମିଳିବ।

oneplus3

ଯଦି ଆପଣ Oneplus 7T କିଣିବାକୁ ଆଗ୍ରହୀ ଅଛନ୍ତି ତେବେ ଷ୍ଟକ ଶେଷ ହେବା ପୂର୍ବରୁ ଆଜି ହିଁ କିଣି ଦିଅନ୍ତୁ। ସେହିପରି ଡିଲ ଲାଇଭ ଆରମ୍ଭ ହେବା ପୂର୍ବରୁ ଯଦି ଆପଣ ଶୀଘ୍ର ଉଠିଯାଇଛନ୍ତି ତେବେ ଲିଙ୍କ ଦଆଯାଇଥିବା ପେଜରେ ଅପେକ୍ଷା କରିବାକୁ ସମୟ ପାଇ ପାରିବେ। ଏହାଦ୍ୱାରା ଷ୍ଟକ ଶେଷ ହେବା ପୂର୍ବରୁ ଆପଣ ପ୍ରଡକ୍ଟକୁ ଅର୍ଡର କରିବାରେ ସଫଳ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.