Zoom ନେଇ ଆସିଲା ନୂଆ ଫିଚର, ମିଟିଙ୍ଗରେ ବାଧା ଉପୁଜାଉଥିବା ବ୍ୟକ୍ତିଙ୍କୁ କରିପାରିବେ ଆଉଟ

କରୋନା କାରଣରୁ ଲକଡାଉନ ଜାରି ହେବା ପରେ ଅଧିକାଂଶ ଲୋକ ଅନଲାଇନ ଆପ୍‌ zoom ମାଧ୍ୟମରେ ପାଠ ପଢିବା ସହିତ ଅଫିସ୍‌ କାମ ମଧ୍ୟ କରୁଛନ୍ତି। କିନ୍ତୁ ଆପରେ ଜରୁରୀ କାମ କରୁଥିବା ବେଳେ କିଛଇ ଲୋକ ଅଯଥାରେ ବାଧା ଉପୂଜାନ୍ତି। ଯାହାଦ୍ୱାରା ମିଟିଙ୍ଗରେ ବାଧା ମଧ୍ୟ ଉପୁଜିଥାଏ। ଏମିତି କିଛି ବ୍ୟକ୍ତିଙ୍କୁ ମିଟିଙ୍ଗରୁ ଦୂରେଇରଖିବା ପାଇଁ ଆଉ କଷ୍ଟମର ମାନେ କିପରି ଡିଷ୍ଟର୍ବ ନ ହୁଅନ୍ତୁ ସେନେଇ କମ୍ପାନୀ ତରଫରୁ ଦୁଇଟି ନୂଆ ଫିଚର ଲଞ୍ଚ କରାଯାଇଛି। ଏହି ଫିଚର ମାଧ୍ୟମରେ ୟୁଜର ମାନେ ସେହି ବ୍ୟକ୍ତିଙ୍କୁ ବ୍ଲକ କରିବା ସହିତ ତାଙ୍କୁ ରିପୋର୍ଟ ମଧ୍ୟ କରି ପାରିବେ।

zoom

କେମିତି କରିବେ ଫିଚରର ବ୍ୟବହାର:-

• ଏହି “ସସ୍ପେଣ୍ଡ ପାର୍ଟିସିପେଣ୍ଟ ଆକ୍ଟିଭିଟିଜ” ଫିଚରକୁ ଆପଣ “ସିକ୍ୟୁରିଟି ଆଇଫନ” ଅପସନ ତଳେ ପାଇ ପାରିବେ।
• ୟୁଜର୍ସ ମିଟିଙ୍ଗକୁ ମଝିରେ ପଜ କରି ସେହି ଅପ୍‌ସନରେ କ୍ଲିକ କଲେ ତାଙ୍କୁ ମିଟିଙ୍ଗରେ ଉପସ୍ଥିତ ଥିବା ସମସ୍ତ ମେମ୍ବରସଙ୍କ ନାମ ଦେଖାଯିବ।
• ବର୍ତ୍ତମାନ ଯେଉଁ ବ୍ୟକ୍ତିଙ୍କୁ ଆପଣ ମିଟିଙ୍ଗରୁ ବାହାର କରିବାକୁ ଚାହୁଁଛନ୍ତି ତାଙ୍କ ନାମ ସିଲେକ୍ଟ କରିବା ପରେ ସେହି ବ୍ୟକ୍ତି ଜଣକ ଆପଣଙ୍କ ଗ୍ରୁପରୁ ବାହାରିଯିବେ।

ସେହିପରି ମିଟିଙ୍ଗରେ ଉପସ୍ଥିତ ରଖିବାକୁ ଚାହୁଁନଥିବା ବ୍ୟକ୍ତିଙ୍କୁ ବ୍ଲକ କରିବା ପାଇଁ “ରିପୋର୍ଟ ୟୁଜର” ଫିଚର ମଧ୍ୟ ଦିଆଯାଇଛି।ଏହି ଫିଚର “ସିକ୍ୟୁରିଟି ବ୍ୟାଚ” ଅପସନ ତଳେ ନଜର ଆସିବ।ଏଥିରେ ଆପଣ ସେହି ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ଏବଂ ତାଙ୍କ ଆକ୍ଟିଭିଟିର ସ୍କ୍ରିନସଟ ମଧ୍ୟ ରଖି ପାରିବେ।

ଏହାପରେ ଜୁମର ଟ୍ରଷ୍ଟ ଏବଂ ସେଫ୍ଟି ଟିମ ୟୁଜର୍ସଙ୍କୁ ଚେତାବନୀ ଜାରି କରିବ। ଯଦି ସେହି ୟୁଜର୍ସ ନିଜ ଆଚରଣକୁ ନବଦଳାନ୍ତି ତେବେ ତାଙ୍କୁ ଜୁମ୍‌ କମ୍ପାନୀ ବ୍ୟାନ କରିଦେବ ଫଳରେ ସେକେବେବି ଏହି ଆପକୁ ବ୍ୟବହାର କରି ପାରିବେ ନାହିଁ। ସୂଚନାନୁଯୟୀ ଏହି ଦୁଇଟି ଫିଚର ୟୁଜର୍ସ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ହିଁ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.