ଖୁବଶୀଘ୍ର ଆସୁଛି OnePlus ର ଶସ୍ତା ସ୍ମାର୍ଟଫୋନ, ମିଳିବ ଜବରଦସ୍ତ ଫିଚର
ଯଦି ଆପଣ ୱାନପ୍ଲସ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। କମ୍ପାନୀ ଏବେ ଖୁବଶୀଘ୍ର ଆଗାମୀ ୱାନପ୍ଲସ ୯ ସିରିଜ ସହିତ ବହୁତ ଶସ୍ତା ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଏଥିରେ ଦମଦାର ଫିଚର ରହିବ ବୋଲି କମ୍ପାନୀ ମଧ୍ୟ ଦାବି କରିଛି।
ସୂଚନା ମୁତାବକ, ଖୁବଶୀଘ୍ର OnePlus 9R ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଏହା OnePlus 9 ସିରିଜର ସବୁଠାରୁ ଶସ୍ତା ସ୍ମାର୍ଟଫୋନ। କମ୍ପାନୀ ଏଥିରେ ଜବରଦସ୍ତ ପ୍ରୋସେସର ଦେବ। ଏହାସହିତ କ୍ବାଲାକମ୍ ସ୍ନାପଡ୍ରାଗନ ୬୯୦ ଚିପସେଟ ଦିଆଯିବ। ଏହାଛଡା ୮ ଜିବି ରାମ ସହିତ ୧୨୮ ଜିବି ଷ୍ଟୋରେଜ ମଧ୍ୟ ମିଳିବ।
OnePlus 9R ସ୍ମାର୍ଟଫୋନରେ ୬.୫ ଇଞ୍ଚର ୯୦ Hz ଡିସପ୍ଲେ ମିଳିବ। ଏହାଛଡା ଫୋନରେ ୟୁଜର୍ସଙ୍କୁ FHD+ ରିଜୋଲ୍ଯୁସନ ମିଳି। ଫୋନରେ ୬୪ ପ୍ରାଇମେରୀ କ୍ଯାମେରା ଏବଂ ୮ ମେଗାପିକ୍ସେଲର ୱାଇଡ ଆଙ୍ଗେଲ ଲେନ୍ସ ମିଳିବ। ଏହି ନୂଆ ଫୋନର ବ୍ଯାଟେରୀ ୫୦୦୦ mAh ମିଳିବାର ସମ୍ଭାବନା ରହିଛି।