Q2 ସିରିଜ୍‌ରେ ୩ଟି ଶସ୍ତା ୫ଜି ସ୍ମାର୍ଟଫୋନ୍‌ ଲଞ୍ଚ୍‌ କଲା Realme, ଜାଣନ୍ତୁ କାହାର କେତେ ରହିଛି ଦାମ୍‌

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ରିୟଲମି ନିଜ କ୍ୟୁ୨ ସିଜ୍‌ ଅନ୍ତର୍ଗତ ୩ଟି ଶସ୍ତା ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ୍‌କୁ କମ୍ପାନୀ Realme Q2, Realme Q2 Pro, Realme Q2i ନାଁରେ ଲଞ୍ଚ୍‌ କରିଛି। ତେବେ ବର୍ତ୍ତମାନ ଏହି ତିନିଟି ସ୍ମାର୍ଟଫୋନ୍‌କୁ ଚୀନ୍‌ରେ ଲଞ୍ଚ୍‌ କରାଯାଇଛି। ଏହି ତିନିଟି ସ୍ମାର୍ଟଫୋନ୍‌ରେ ୫ଜି ସପୋର୍ଟ ସହ ବଡ଼ ବ୍ୟାଟେରୀ ଓ ମିଡିଆଟେକ୍‌ ପ୍ରୋସେସର ଦିଆଯାଇଛି। କମ୍ପାନୀ ଏହି ଫୋନ୍‌ରେ କମ୍‌ ଦାମ୍‌ ସହ ଭଲ ଫିଚର ବି ଦେଇଛି।

Realme Q2 କୁ ଦୁଇଟି ଭ୍ୟାରିଏଣ୍ଟ ୪ ଜିବି ରାମ ଓ ୬ ଜିବି ରାମ୍‌ରେ ଲଞ୍ଚ୍‌ କରିଛି। ଏହାର ୪ ଜିବି ରାମ ଓ ୧୨୮ ଜିବି ଇଣ୍ଟରନାଲ ମେମୋରିଯୁକ୍ତ ଦାମ୍‌ ଫୋନ୍‌ର ୧୨୯୯ ଚୀନୀ ୟୁଆନ୍‌ ବା ପ୍ରାୟ ୧୪,୨୦୦ ଟଙ୍କା ରଖାଯାଇଛି। ସେହିପରି ୬ ଜିବି+୧୨୮ ଜିବି ମଡେଲର ଦାମ୍‌ ୧,୩୯୯ ଚୀନୀ ୟୁଆନ୍‌ ବା ପ୍ରାୟ ୧୫,୨୦୦ ଟଙ୍କା ରଖାଯାଇଛି। ଏହା ବ୍ଲୁ ଓ ସିଲଭର କଲରରେ ଉପଲବ୍ଧ ହେବ।

Realme-Q2-

ଅନ୍ୟପଟେ Realme Q2 Pro ମଧ୍ୟ ଦୁଇଟି ଭ୍ୟାରିଏଣ୍ଟରେ ୧୨୮ ଜିବି ଇଣ୍ଟରନାଲ ମେମୋରି ଓ ୨୫୬ ଜିବି ଇନ୍‌ବିଲ୍ଟ ମେମୋରିରେ ଲଞ୍ଚ୍‌ କରିଛି। ଏହାର ୮ ଜିବି+୧୨୮ ଜିବି ମେମୋରିର ଦାମ୍‌ ୧,୭୯୯ ଚୀନୀ ୟୁଆନ୍‌ ବା ୧୯,୬୦୦ ଟଙ୍କା ରଖାଯାଇଛି। ଏଥିରେ ୪୮ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି ଓ ୫୦୦୦ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି। ସେହିପରି ୮ ଜିବି+୨୫୬ ଜିବି ଭ୍ୟାରିଏଣ୍ଟର ଦାମ୍‌ ୧,୯୯୯ ଚୀନୀ ୟୁଆନ୍‌ ବା ପ୍ରାୟ ୨୧,୮୦୦ ଟଙ୍କା ରଖାଯାଇଛି। ଏହି ଦୁଇଟି ସ୍ମାର୍ଟଫୋନ୍‌ର ବିକ୍ରି ଅକ୍ଟୋବର ୧୯ରୁ ଆରମ୍ଭ ହେବ। ଏଥିରେ ୧୬ ମେଗାପିକ୍ସେଲ କ୍ୟାମେରା ରହିଛି।

ସିରିଜ୍‌ର ତୃତୀୟ ଫୋନ୍‌ Realme Q2i ଗୋଟିଏ ଭ୍ୟାରିଏଣ୍ଟ ୪ଜିବି+୧୨୮ ଜିବିରେ ଆସୁଛି। ଏହାର ଦାମ୍‌ ରହିଛି ୧,୯୯୯ ଚୀନୀ ୟୁଆନ୍‌ ବା ପ୍ରାୟ ୧୩,୦୦୦ ଟଙ୍କା। ଏହାର ପ୍ରି ଅର୍ଡର ଅକ୍ଟୋବର ୨୧ରୁ ଆରମ୍ଭ ହେବ। ଏଥିରେ ୧୩ ମେଗାପିକ୍ସେଲର କ୍ୟାମେରା ରହିଛି ଓ ୫୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.