Below header

KBC ସେଟ୍‌ରେ ପ୍ରଶ୍ନ କରୁ କରୁ ହ୍ୟାଙ୍ଗ ହେଲା କମ୍ପ୍ୟୁଟର,ଏମିତି ସମ୍ଭାଳି ନେଲେ ବିଗ୍‌ ବି

ସମସ୍ତ ଲୋକପ୍ରିୟ ପ୍ରୋଗ୍ରାମର ହୋଷ୍ଟକୁ ନିଜ ଉପସ୍ଥିତି ବୁଦ୍ଧିର ପ୍ରୟୋଗ ଉଚିତ୍‌ ସମୟରେ କରିବା ନିହାତି ଆବଶ୍ୟକ ହୋଇଥାଏ। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅନେକ ଲୋକପ୍ରିୟ ପ୍ରୋଗ୍ରାମର ହୋଷ୍ଟ କେବଳ ଜଣେ ହିଁ ହୋଇଥାନ୍ତି କାରଣ ଦର୍ଶକଙ୍କୁ ତାଙ୍କ ହୋଷ୍ଟିଙ୍ଗ କରିବାର ଅନ୍ଦାଜ ପସନ୍ଦ ଆସିଥାଏ। ସେହିପରି ୧୨ ବର୍ଷ ଧରି ଚାଲି ଆସୁଥିବା ଲୋକପ୍ରିୟ ରିଆଲିଟି ସୋ କୋନ ବନେଗା କରୋଡପତି ସିଜିନ ୧୨ ବର୍ତ୍ତମାନ ସୋନି ଚ୍ୟାନେଲରେ ପ୍ରସାରିତ ହେଉଛି। ଏହି ପ୍ରୋଗ୍ରାମ ଆରମ୍ଭ ହେବା ଦିନ ଠାରୁ ଏହାକୁ ବିଗ୍‌ ବି ବା ଅମିତାଭ ବଚ୍ଚନ ହୋଷ୍ଟ କରି ଆସୁଛନ୍ତି। ଅମିତାଭଙ୍କ ହୋଷ୍ଟିଙ୍ଗ କରିବାର ଅନ୍ଦାଜ ଏହି ସୋକୁ ଅଧିକ ଲୋକପ୍ରିୟ କରାଇଛି। ଅନେକ ସମୟରେ ଅମିତାଭ ନିଜ କମେଡି ମାଧ୍ୟମରେ ଲୋକଙ୍କୁ ହସାଇଥାନ୍ତି ଏବଂ ନିଜ ଉପସ୍ଥିତି ବୁଦ୍ଧିର ପ୍ରୋୟଗ କରି ଲୋକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରାଇଥାନ୍ତି।

ତେବେ ମଙ୍ଗଳବାର ଦିନ ପ୍ରସାରିତ ହୋଇଥିବା କେବିସିର ଏକ ଏପିସୋଡରେ ଏମିତି କିଛି ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ରର ମୁମ୍ବାଇ ସହରର ସ୍ୱପ୍ନିଲ ଚୌହାନ ମଙ୍ଗଳବାର ଦିନ ଅମିତାଭଙ୍କ ସାମନାରେ ହଟ ସିଟରେ ବିରାଜମାନ ଥିଲେ ଏବଂ ବିଗ ବି ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଥିଲେ। ସେହି ସମୟରେ ଏମିତି କିଛି ଘଟିଲା ଯାହା କେବିସିର ଇତିହାସରେ ଆଜି ପର୍ଯ୍ୟନ୍ତ ବୋଧ ହୁଏ କେବେ ଦେଖିନଥିବେ।

bigb2

ଅମିତାଭ ସ୍ୱପ୍ନିଲଙ୍କୁ ୨୦୦୦୦ ଟଙ୍କା ପାଇଁ ପ୍ରଶ୍ନ ପଚାରିବାକୁ ଯାଉଥିବା ବେଳେ ହଠାତ୍‌ ତାଙ୍କ କମ୍ପ୍ୟୁଟର ସ୍କ୍ରିନ ହ୍ୟାଙ୍ଗ ହୋଇଗଲା ଯାହା ଫଳରେ ପ୍ରଶ୍ନଟି ସ୍କ୍ରିନରେ ଆସିନଥିଲା। ଏହି ସମୟରେ ଅମିତାଭ ୩ ଥର ବାରମ୍ବାର ୟେ ରହା ଆପକା ସଓ୍ଵାଲ କହିଥିଲେ ଓ ତାପରେ ଏପାଖ ସେପାଖ ଦେଖି ସରଳ ଭାବରେ କହିଲେ ନେହିଁ ଆୟା। ଏହି ସମୟରେ ପ୍ରଶ୍ନଟି ଆପିୟର ହୋଇଗଲା ଓ ସେ କନଟେଷ୍ଟେଣ୍ଟଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। ଏହି ଘଟଣା କେବଳ କିଛି ସେକେଣ୍ଡରେ ଶେଷ ହୋଇଯାଇଥିଲା କିନ୍ତୁ ଅମିତାଭଙ୍କର ଉପସ୍ଥିତି ବୁଦ୍ଧିକୁ ଦର୍ଶକ ଅନେକ ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.