ଖୋର୍ଦ୍ଧା:ସାରୁଅରେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ଜମି ହଡ଼ପ ମାମଲା : ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

କେନ୍ୟୁଜ୍(ବ୍ୟୁରୋ):  ଖୋର୍ଦ୍ଧା ସାରୁଅରେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ଜମି ହଡ଼ପ ଅଭିଯୋଗ ମାମଲାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ । କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମି ହଡ଼ପ ନେଇ ଅଭିଯୋଗ ହୋଇଥିଲା । ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ମାଧ୍ୟମରେ ଜମି କିଣାଯାଇଥିଲା। ଅରଟେଲ୍‌ର ପୂର୍ବତନ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କ ମାଧ୍ୟମରେ ବେନାମୀ କାରବାର ହୋଇଥିଲା ।

sarua case

ଓଡ଼ିଶା ଇନଫ୍ରା ଟେକ୍‌ ପ୍ରା.ଲିଃ ନାଁରେ ଜମିକିଣା ହୋଇଥିଲା । ଅରଟେଲ୍‌ ଇନଫ୍ରା ଟେକ୍‌ ପ୍ରା.ଲିଃ OTVର ଏକ ସଂସ୍ଥା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ପଦକ୍ଷେପ ନିଆଯାଇଛି । କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ପାଇଁ ରାଜସ୍ୱ ବିଭାଗକୁ ସୁପାରିସ କରିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ । ରବୀନ୍ଦ୍ରଙ୍କ ପିଟିସନ୍‌ ଆଧାରରେ ଜିଲ୍ଲାପାଳ ସୁପାରିସ କରିଥିଲେ । ୭ ଏକରରୁ ଅଧିକ ଜମି କିଣିଥିଲେ ରବୀନ୍ଦ୍ର ସେଠୀ । କେତେକ ଦଲିଲରେ କ୍ରେତା ଓ ବିକ୍ରେତାଙ୍କ ଠିକଣା ସମାନ ରହିଛି । ପିଟିସନରଙ୍କ ଦସ୍ତଖତ ମେଳ ଖାଉନଥିବା ତଦନ୍ତରୁ ଜଣାପଡ଼ିଥିବା ଜିଲ୍ଲାପାଳ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.