Below header

48 MegaPixel କ୍ୱାଡ କ୍ୟାମେରା ସହ ଭାରତରେ ଲଞ୍ଚ ହେଲା Samsungର ଏହି ଦମଦାର ଫୋନ, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

ଫେବୃଆରୀରେ ଦେଶରେ ଲଞ୍ଚ ହୋଇଥିବା ସ୍ମାର୍ଟଫୋନର ନୂତନ ସଂସ୍କରଣ ଭାବରେ Galaxy A12କୁ ଲଞ୍ଚ କରିଛି ସ୍ମାର୍ଟଫୋନ କମ୍ପାନୀ Samsung । ଏହି ନୂଆ ସଂସ୍କରଣ ଏବଂ ଫେବୃଆରୀରେ ଲଞ୍ଚ ହୋଇଥିବା ଫୋନ ମଧ୍ୟରେ କେବଳ ପ୍ରୋସେସରରେ ଫରକ ଦେଖିବାକୁ ମିଳିବ । ଏହି ନୂତନ ମଡେଲରେ ସାମସଙ୍ଗ ଏହାର Exynos ପ୍ରୋସେସର ବ୍ୟବାହାର କରିଛି । ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହ ପ୍ରଥମରେ ଋଷରେ ଏହି ଫୋନକୁ Samsung Galaxy A12 Nacho ନାମରେ ଲଞ୍ଚ କରାଯାଇଥିଲା। ଫୋନରେ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ଏବଂ ସେଲଫି କ୍ୟାମେରା ପାଇଁ ଡିସପ୍ଲେ ନଚ୍ ଅଛି ।

Galaxy A12ର ଫିଚର୍ସ

Galaxy A12 One UI Core ସହିତ Android 11 ଦ୍ୱାରା ପରିଚାଳିତ । ଏଥିରେ 6.5 inchର HD+ ଡିସପ୍ଲେ ରହିଛି । ଏହି ଫୋନଟି Octa Core Exynos 850 SoC ଦ୍ୱାରା ଚାଳିତ, ଏହା ସହ ଫୋନର ଷ୍ଟୋରେଜକୁ ମେମୋରୀ କାର୍ଡ ସାହାଯ୍ୟରେ 1TB ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଫଟୋ ଏବଂ ଭିଡିଓ ପାଇଁ, ଫୋନ୍ ରେ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ରହିଛି । ଯେଉଁଥିରେ ସହ 48 MPର ପ୍ରାଇମେରୀ କ୍ୟାମେରା, 5MPର Ultrawide କ୍ୟାମେରା, 2 MPର Depth Sensor ଏବଂ 2 MPର Macro Sensor ରହିଛି । ସେଲଫି ପାଇଁ Samsung Galaxy A12 ରେ 8 MPର ଫ୍ରଣ୍ଟ କ୍ୟାମେରା ରହିଛି ।

କନେକ୍ଟିଭିଟି ବିଷୟରେ କହିଲେ 4G ସହ, WI-FI, Bluetooth v5.0, GPS/ A-GPS, USB Type-c, 3.5 MM Jack ରହିଛି । ଫୋନରେ 5000 mAh ବ୍ୟାଟେରୀ ରହିଛି, ଏହା ସହ 15Wର ଫାଷ୍ଟ ଚାର୍ଜିଂର ମଧ୍ୟ ସୁବିଧା ରହିଛି ।

ଭାରତରେ Samsung Galaxy A12 ମୂଲ୍ୟ

Samsung Galaxy A12ର 4 GB + 64 GB ଷ୍ଟୋରେଜ୍ ମଡେଲର ମୂଲ୍ୟ ୧୩,୯୯୯ ଟଙ୍କା ଏବଂ 6 GB+128 GB ମଡେଲ ପାଇଁ ୧୬,୪୯୯ ଟଙ୍କା ରହିଛି। ଏହି ଫୋନ କଳା, ନୀଳ ଏବଂ ଧଳା ରଙ୍ଗରେ ଉପଲବ୍ଧ ।

ପୂର୍ବରୁ ଫେବୃଆରୀରେ ମିଡିଆଟେକ ହେଲିଓ P35 ସହିତ Samsung Galaxy A12 ଚଳିତ ବର୍ଷ ଫେବୃଆରୀରେ ଲଞ୍ଚ ହୋଇଥିଲା । ଯାହାର 4 GB + 64 GB ଷ୍ଟୋରେଜ୍ ମଡେଲ ପାଇଁ ୧୩,୯୯୯ ଟଙ୍କା ଏବଂ 4 GB + 128 GB ମଡେଲ ପାଇଁ ୧୪,୯୯୯ ଟଙ୍କା ରହିଥିଲା । ସେଥିରେ ମଧ୍ୟ ସମାନ କଲର ଅପ୍ସନ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.