Below header

ଦମ୍‌ଦାର ଫିଚର ସହ ଭାରତରେ ଲଞ୍ଚ୍‌ ହେଲା Samsung Galaxy A71 ସ୍ମାର୍ଟଫୋନ୍‌, ଜାଣନ୍ତୁ ଏହାର ଦାମ୍‌ ଓ ବିଶେଷତ୍ୱ

ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ସାମସଙ୍ଗ୍‌ ନିଜ ଲାଟେଷ୍ଟ ମଡେଲ ସାମସଙ୍ଗ୍‌ ଗ୍ୟାଲାକ୍ସି ଏ୭୧(Samsung Galaxy A71)କୁ ଭାରତରେ ଲଞ୍ଚ୍‌ କରିଛି। Samsung Galaxy A70ର ଅପ୍‌ଗ୍ରେଡ ଭର୍ସନ ହେଉଛି Samsung Galaxy A71। ନୂଆ ସାମସଙ୍ଗ୍‌ ସ୍ମାର୍ଟଫୋନ୍‌ରେ ଇନ୍‌ଫିନିଟି ଓ ଡିସ୍‌ପ୍ଲେ ଏବଂ ପଛପଟେ ଚାରିଟି ରିୟର କ୍ୟାମେରା ଭଳି ଖାସ୍‌ ଫିଚର ରହିଛି।

samsung a71

 

ଭିଏତନାମରେ ସାମସଙ୍ଗ ଗ୍ୟାଲାକ୍ସି ଏ୭୧ର ଦୁଇଟି ଭାରିଏଣ୍ଟରେ ଲଞ୍ଚ୍‌ କରାଯାଇଥିବା ବେଳେ ଭାରତୀୟ ବଜାରରେ ଏହି ନୂଆ ମଡେଲ କେବଳ ସିଙ୍ଗଲ ଭାରିଏଣ୍ଟରେ ଲଞ୍ଚ କରାଯାଇଛି। ଏହି ଫୋନ୍‌ ମାର୍କେଟରେ Redmi K20 Pro ଓ Vivo V17 Pro କୁ କଡ଼ା ଟକ୍କର ଦେବ।

Samsung Galaxy A71

ଭାରତରେ Samsung Galaxy A71 ର ୮ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ୍‌ର ମୂଲ୍ୟ ୨୯,୯୯୯ ଟଙ୍କା ଧାର୍ଯ୍ୟ ହୋଇଛି। ଏହି ଫୋନ୍‌ ପ୍ରିଜମ୍‌ କ୍ରଶ ବ୍ଲାକ୍‌, ପ୍ରିଜମ୍‌ କ୍ରଶ ସିଲଭର ଓ ପ୍ରିଜମ୍‌ କ୍ରଶ ବ୍ଲୁ ଆଦି ୩ଟି ରଙ୍ଗରେ ମିଳିବ। ଫେବ୍ରୁଆରୀ ୨୪ ତାରିଖରେ ଭାରତରେ ଫୋନ୍‌ର ବିକ୍ରି ଆରମ୍ଭ ହେବ। ସାମସଙ୍ଗ ଅପେରା ହାଉସ୍‌, ସାମସଙ୍ଗର ଅଫିସିଆଲ ୱେବସାଇଟ୍‌ ଓ ଅନ୍ୟ ପ୍ରମୁଖ ଅନ୍‌ଲାଇନ୍‌ ପୋର୍ଟାଲରୁ ଲୋକେ ଏହି ଫୋନ୍‌ କିଣିପାରିବେ।

Samsung Galaxy A71

ଫୋନ୍‌ରେ ଦୁଇଟି ସିମ୍‌ ପକାଇବାର ସୁବିଧା ରହିଛି। ଏଥିରେ ୬.୭ ଇଞ୍ଚ୍‌ ଫୁଲ ଏଚ୍‌ଡି+(୧୦୮୦*୨୪୦୦) ସୁପର ଏମୋଲେଡ ଇନଫିନିଟି-ଓ ସ୍କ୍ରିନ୍‌ ଦିଆଯାଇଛି। ଏହାର ଆସପେକ୍ଟ ରେସିଓ ୨୦:୯ ରହିଛି। ଫୋନ୍‌ରେ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୭୩୦ ଅକ୍ଟା କୋର ପ୍ରୋସେସର ସହ ୮ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ୍‌ ମିଳିବ। ମେମୋରି କାର୍ଡ ସାହାଯ୍ୟରେ ଏହାକୁ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ାଇ ହେବ। ଏଥିସହ ଫୋନ୍‌ରେ ୪୫୦୦mAh ବ୍ୟାଟେରୀ ଦିଆଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.