ମୋ ଜନ୍ମ ହିଁ ମୋ ମା’ଙ୍କ ସହିତ ଦୁଷ୍କର୍ମ ହୋଇଥିବାର ପ୍ରମାଣ, ୫୦ ବର୍ଷ ତଳର ଘଟଣାର ହେଲା ଖୁସାଲା

ମୋ ଜନ୍ମ ହିଁ ସେହି କଥାର ପ୍ରମାଣ କି, ମୋ ମା’ଙ୍କ ସହିତ ଦୁଷ୍କର୍ମ ହୋଇଥିଲା । ଜଣେ ମହିଳାଙ୍କର ଏପରି ବୟାନ ଆଧାରରେ ୫୦ ବର୍ଷ ପୂର୍ବେ ତାଙ୍କ ମା’ଙ୍କ ସହିତ ଦୁଷ୍କର୍ମ କରିଥିଲା ଅପରାଧିକୁ ଗିରଫ କରାଯାଇଛି, ଏବଂ ତା ବିରୋଧରେ ତଦନ୍ତ ଆରମ୍ଭ ହୋଇଛି । ତେବେ ପୋଲିସ୍ ଅପରାଧୀକୁ ପଚରା ଉଚରା କରି ଛାଡି ଦେଇଥିବା ଜଣାପଡିଛି । ଏହି ଘଟଣା ହେଉଛି ବ୍ରିଟେନର । ଜଣେ ମହିଳା ଏକ କାର୍ଯ୍ଯକ୍ରମରେ ତାଙ୍କ ସହ ହୋଇଥିବା ଦୁଷ୍କର୍ମର ଖୁଲାସା କରି କହିଥିଲେ କି, ଏହା ସେହି ସମୟର ଘଟଣା ଯେବେ ସେହି ବ୍ୟକ୍ତି ମୋ ବାପା ମାଙ୍କ ପରିବାରର ବହୁତ ପାଖରେ ଥିଲେ ।

rape caseମହିଳାଙ୍କ ଝିଅ, ଅପରାଧୀ ପିତାଙ୍କ ଗିରଫ ଉପରେ କହିଛନ୍ତି କି- ମୋତେ ଖୁସି ଲାଗୁଛି କି ଶେଷରେ ନ୍ଯାୟ ମିଳିଲା । ୧୯୭୦ରେ ସେ ୭ ମାସର ଥିଲେ । ସେତେବେଳେ ତାଙ୍କୁ ଜଣେ ପରିବାର ଆପଣେଇ ନେଇଥିଲା । ତେବେ ଏକ ସୋସିଆଲ ସର୍ଭିସେସ୍ ରେକର୍ଡରୁ ତାଙ୍କୁ ଜଣାପଡିଥିଲା କି ତାଙ୍କର ଜନ୍ମ ତାଙ୍କ ମା’ଙ୍କ ସହ ଦୁଷ୍କର୍ମ ପରେ ହୋଇଛି । ସେ ଯେବେ ୧୮ ବର୍ଷର ଥିଲେ ସେତେବେଳେ ସେ ନିଜ ମାଙ୍କୁ ଖୋଜିବା ଆରମ୍ଭ କରିଥିଲେ ।

rape 1ଦୀର୍ଘ ଦିନ ଖୋଜିବା ପରେ ଶେଷରେ ମହିଳା ନିଜ ମାଙ୍କୁ ପାଇଥିଲେ ଏବଂ ସବୁ କଥା କହିଥିଲେ । ତେବେ ତାଙ୍କ ମା ଦୁଷ୍କର୍ମ ମାମଲା ରୁଜୁ କରିବା ପାଇଁ ପୋଲିସ୍ ନିକଟକୁ ଯିବାକୁ ଚାହୁଁ ନଥିଲେ । କିନ୍ତୁ ପରେ ରାଜି ହୋଇଥିଲେ । ମହିଳାଙ୍କୁ ବିଶ୍ବାସ ଥିଲା କି ତାଙ୍କ ବାର୍ଥ ସାର୍ଟିଫିକେଟ ଏବଂ ଡିଏନଏ ରିପୋର୍ଟ ଆଧାରରେ ସେ ତାଙ୍କ ମା’ଙ୍କ ଦୁଷ୍କର୍ମକାରୀଙ୍କ ନିକଟରେ ପହଁଚି ପାରିବେ । ତେବେ ସତରେ ତାଙ୍କୁ ନ୍ୟାୟ ମିଳିଥିଲା ଏବଂ ୭୩ ବର୍ଷ ବୟସ୍କ ଦୁଷ୍କର୍ମକାରୀ ବ୍ଯକ୍ତିଙ୍କୁ ଗିରଫ କରାଇବାରେ ସେ ସଫଳ ହେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.