Below header

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା, ଆଡମିଟ କାର୍ଡ ପାଇନଥିବାରୁ ମାଟ୍ରିକ ପରୀକ୍ଷା ଦେଇପାରିଲେ ନାହିଁ ଦୁଇ ଛାତ୍ର

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଆଜି ଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷା । ସାରା ରାଜ୍ୟରେ ହଜାର ହଜାର ଛାତ୍ର ଛାତ୍ରୀ ଆଜି ଉତ୍ସାହର ସହ ପରୀକ୍ଷା ଦେଇଥିବା ବେଳେ କେତେକ ସ୍ଥାନରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଛାତ୍ର ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବଉଳେଶ୍ୱର ହାଇସ୍କୁଲ କର୍ତ୍ତୃପକ୍ଷଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଦୁଇ ଜଣ ଛାତ୍ର ସୌମ୍ୟ ରଂଜନ ମହାନ୍ତି ଏବଂ ସୌମ୍ୟ ରଂଜନ ବାରିକ ପରୀକ୍ଷା ଦେଇ ପାରିନାହାନ୍ତି । ଗତକାଲି ସୁଦ୍ଧା ସେମାନଙ୍କ ଆଡମିଟ୍ କାର୍ଡ ନ ଆସିବାରୁ ପରୀକ୍ଷା ନଦେଇ ପାରି ସେମାନେ ଗଭୀର ମାନସିକ ଦୁଃଶ୍ଚିନ୍ତାରେ ଦିନ କାଟୁଛନ୍ତି । ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଦୁଇ ଛାତ୍ରଙ୍କ ଅଭିଭାବକ।
ଆଡମିଟ୍ କାର୍ଡ ସଂପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ମିଛ ପ୍ରତିଶ୍ରୁତି ଦେଇ ପରୀକ୍ଷାର୍ଥୀଙ୍କୁ ଭଣ୍ଡେଇ ଚାଲିଥିଲେ । ଏ ନେଇ ଛାତ୍ରମାନଙ୍କ ପରିବାର ପକ୍ଷରୁ ମଂଗଳପୁର ଥାନା ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ସେପଟେ ଏ ସଂପର୍କରେ ନିଦ୍ଦିଷ୍ଟ ଅଭିଯୋଗ ଅଭିଯୋଗ ଆସିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.