ପୁରୀ : ଆଜି ପଙ୍କୋଦ୍ଧାର ଏକାଦଶୀ। ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ଆଜି ମନ୍ଦିର ଗର୍ଭ ଗୃହରୁ ପଙ୍କୋଦ୍ଧାର କରାଯାଇଛି। ଗର୍ଭ ଗୃହରେ ଥିବା ଲୋକନାଥଙ୍କ ବିଗ୍ରହ ବର୍ଷ ତମାମ୍ ଫୁଲ, ବେଲପତ୍ର ଲାଗି ପ୍ରସାଦ ଦ୍ୱାରା ଭରି ହୋଇ ରହିଥାଏ। ଆଜି ସେ ସବୁକୁ ମନ୍ଦିରରୁ କଢାଯିବାର ପରମ୍ପରା ରହିଛି। ଭୋର୍ରୁ ମନ୍ଦିରରେ ସେବାୟତ ଓ ଭକ୍ତମାନେ ଏହି ପଙ୍କୋଦ୍ଧାର କାର୍ଯ୍ୟ ମଧ୍ୟାହ୍ନ ପର୍ଯ୍ୟନ୍ତ କରିଥିଲେ। ପରେ ବିଗ୍ରହଙ୍କ ଦର୍ଶନ କରିଥିଲେ ଭକ୍ତ। ଆଗକୁ ଶିବରାତ୍ରୀ ଥିବାରୁ ମନ୍ଦିରରେ ସମସ୍ତ ପ୍ରସ୍ତୁତି କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।