ସାମସଙ୍ଗ ବୁକ୍‌ ଏସ୍‌ ଲାପଟପ ଲଞ୍ଚ, ରହିଛି ଫିଙ୍ଗରପ୍ରିଣ୍ଟ ସେନ୍ସର

ଦକ୍ଷିଣ କୋରିଆର ଜଣାଶୁଣା କମ୍ପାନୀ ସାମସଙ୍ଗ ଗାଲାକ୍ସି ବୁକ୍‌ ଏସ୍‌ ଲାପଟପ ଲଞ୍ଚ କରିଛି। ଏହା ବହୁତ ହାଲକା, ଅଲଟ୍ରାଥିନ ଏବଂ କନେକଟେ୍ଡ ଲାପଟପ। ଏହି ଲାପଟପରେ କ୍ୱାଲାକୋମ ସ୍ନାପଡ୍ରାଗନ ୮ସିଏକ୍ସ ପ୍ରୋସେସର ରହିଛି। ଏହାର ବ୍ୟାଟେରୀ ୨୩ ଘଣ୍ଟା ପର୍ଯ୍ୟନ୍ତ ବିନା ଚାର୍ଜରେ ଚାଲିପାରେ ବୋଲି କମ୍ପାନୀ ଦାବି କରିଛି। ଲାପଟପ ଗାଲାକ୍ସି ବୁକ ୨ ରୁ ପ୍ରସ୍ତୁତ ହୋଇଛି। ଏହି ଲାପଟପ ୪୦ ପ୍ରତିଶତ ପରଫର୍ମମାନ୍ସ ଏବଂ ୮୦ ପ୍ରତିଶତ ଉଚ୍ଚତମ ଗ୍ରାଫିକ୍ସ ପ୍ରଦାନ କରିଥାଏ।

କ’ଣ ରହିଛି ମୂଲ୍ୟ

ଏହି ଲାପଟପ ସବୁ ଜାଗାରେ ଉପଲବ୍ଧ ହେଉନାହିଁ। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୭୧,୦୦୦ ହଜାର ଟଙ୍କା । ଏହି ଲାପଟପ ଗୋଲ୍ଡ ଏବଂ ମରକ୍ୟୁରୀ ରଙ୍ଗରେ ଉପଲବ୍ଧ। ସାମସଙ୍ଗ ଗାଲାକ୍ସି ବୁକ ଏସ ୭ଏନଏମ ସ୍ନାପଡ୍ରାଗନ ୮ସିଏକ୍ସ ପ୍ରୋସେସର ସହିତ ୮ ଜିବି ରାମ ଏବଂ ୫୧୨ ଜିବି ଇଣ୍ଟରନାଲ ଷ୍ଟୋରେଜ ଦେଉଛି । ଏଥିରେ ୧୩.୩ ଇଞ୍ଚର ଫୁଲ ଏଚି ଡ଼ିସପ୍ଲେ ସାଙ୍ଗକୁ ୧୦ ପଏଣ୍ଟ ମଲ୍ଟି ଟଚ୍‌ ସପୋର୍ଟ ଏବଂ ୧୬:୯ ଆସପେ୍ଟ ରେସିଓ ମଧ୍ୟ ଏଥିରେ ରହିଛି । ଏହି ଲାପଟପର ସ୍ୱତନ୍ତ୍ରତା ହେଉଛି ଏହାର ବ୍ୟାଟେରୀ ଏବଂ ଏଥିରେ ୪୨W ବ୍ୟାଟେରୀ ରହିଛି । ଏହାସହିତ ଏଥିରେ ଫ୍ରିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି । ଏଥିରେ ଏକ ନାନୋ ସିମ କାର୍ଡ ସହିତ ବ୍ଲୁ ଟୁଥ ମଧ୍ୟ ରହିଛି। ଏହାକୁ ବ୍ୟବହାରକାରୀ ଛୁଇଁବା ମାତ୍ରେ ଡିଭାଇସ ଅନ୍‌ ହୋଇଯାଏ। ଏହାର ଓଜନ ୧ କିଲୋଗ୍ରାମରୁ କମ୍‌ ରହିଛି। ଏହାକୁ ଆପଣ କୌଣସି ସ୍ଥାନକୁ ଅତି ସହଜରେ ସାଙ୍ଗରେ ନେଇଯାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.