Below header

ବ୍ୟାନ୍‌ ହେବ Snack Video, ଆପଣ ବି ଯଦି ବ୍ୟବହାର କରୁଛନ୍ତି ତୁରନ୍ତ କରନ୍ତୁ ଅନ୍‌ ଇନ୍‌ଷ୍ଟଲ

ଚଳିତବର୍ଷ ଭାରତ ସରକାର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଛନ୍ତି। ଏଥିରେ ଟିକ୍‌ଟକ୍‌, ପବ୍‌ଜି ଓ ୟୁସି ବ୍ରାଉଜର ଭଳି ଆପ୍‌ ବି ରହିଛି। ଏହି ଚାଇନିଜ୍‌ ଆପ୍‌ ବନ୍ଦ ହେବା ପରେ ଏହାର କେତେକ ଲାଇଟ୍‌ ଭର୍ସନ ଏବେ ଭାରତରେ କାମ କରୁଛନ୍ତି। ଏହା ବ୍ୟତୀତ କେତେକ ଏଭଳି ଆପ୍‌ ବି ଅଛନ୍ତି ଯେଉଁମାନେ ନାଁ ବଦଳାଇ ଏହାକୁ ଭାରତରେ ପୁଣିଥରେ ଲଞ୍ଚ୍‌ କରିଛନ୍ତି। ଏହି ଆପ୍‌ ମଧ୍ୟରୁ ଗୋଟିଏ ହେଉଛି Snack Video ଆପ୍‌। ଏହାକୁ ବ୍ୟାନ୍‌ ହୋଇଥିବା Kwai ଆପ୍‌ର ନୂଆ ଅବତାର ବୋଲି କୁହାଯାଉଛି। ଭାରତରେ Snack Video ଟପ୍‌ ଟ୍ରେଣ୍ଡିଂରେ ରହିଛି ଓ ଏହାକୁ ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ ବ୍ୟବହାର କରୁଛନ୍ତି।

Snack Video ଏକ ଚାଇନିଜ୍‌ ଆପ୍‌। ଏହାକୁ Kuaishou ଟେକ୍ନୋଲୋଜି ଚଳିତବର୍ଷ ଲଞ୍ଚ୍‌ କରିଥିଲା। Kwai ଆପ୍‌ର ସଞ୍ଚାଳନ ମଧ୍ୟ ଏହି କମ୍ପାନୀ କରୁଥିଲା। ସୂଚନାଯୋଗ୍ୟ ଯେ Kuaishou ଚୀନ୍‌ର ଏକ ବଡ଼ କମ୍ପାନୀ, ଯାହାର ଏକାଧିକ ଆପ୍‌ ଦୁନିଆର ବହୁ ଦେଶରେ ଲୋକପ୍ରିୟ ହୋଇସାରିଛି। ଏଥିରେ ଟେନ୍‌ସେଣ୍ଟ ପାଇଁ ବି ଟଙ୍କା ଲାଗେ।

snack-video

Snack Video ଏକ ସର୍ଟ ଭିଡିଓ ମେଡିଂ ଆପ୍‌। ଏଥିରେ ଏଡିଟିଂ, ଲିପ୍‌ ସିଙ୍କିଙ୍ଗ୍‌ ଓ ସ୍ପେଶାଲ ଇଫେକ୍ଟ ଭଳି ଫିଚର ମିଳିବ। କିନ୍ତୁ ଏବେ ଏହି ଆପ୍‌କୁ ବ୍ୟାନ୍‌ କରିବାକୁ ପ୍ରସ୍ତୁତି ଚାଲିଛି। ସିଡିଇପିର ଅଧ୍ୟକ୍ଷ ଜୟଜୀତ ଭଟ୍ଟାଚାର୍ଜ କହିଛନ୍ତି ଏହି ଆପ୍‌ ସସମ୍ୟା ସୃଷ୍ଟି କରୁଛି ଓ ଏହି ଆପ୍‌ ଭାରତ ସରକାରଙ୍କ ନିୟମକୁ ଉଲ୍ଲଂଘନ କରୁଛି। ଏନେଇ ସେଣ୍ଟର ଅଫ୍‌ ଡିଜିଟାଲ ଇକୋନୋମି ପଲିସି ରିସର୍ଚ୍ଚ ଗୃହମନ୍ତ୍ରୀ ଅମିତ ଶାହ ଓ ଇଲେକ୍ଟୋନିକ୍ସ ଓ ଆଇଟି ମନ୍ତ୍ରାଳୟର ଅତିରିକ୍ତ ସଚିବ ରାଜେନ୍ଦ୍ର କୁମାରଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ସୁରକ୍ଷା ଦୃଷ୍ଟିରୁ ଏହି ଆପ୍‌କୁ ବ୍ୟାନ୍‌ କରିବାକୁ କହିଛନ୍ତି। ଏଣୁ ଯେକୌଣସି ମୁହୂର୍ତ୍ତରେ ବି ଏହି ଆପ୍‌ ବ୍ୟାନ୍‌ ହୋଇଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.