ଆରଡି ଆଖଣ୍ଡଳମଣୀଙ୍କ ମନ୍ଦିରରେ ଦେବୀ ଜୟଦୁର୍ଗାଙ୍କ ମହାନବମୀ ପୂଜା, ମହିଂସାମର୍ଦ୍ଧିନୀ ବେଶରେ ଦର୍ଶନ ଦେବେ ମା

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ମା ଜୟଦୁର୍ଗାଙ୍କର ମହାନବମୀ ପୂଜା ଚାଲୁଥୁବା ବେଳେ, ପୀଠରେ ଥିବା ମୃଣୟ ମୂର୍ତୀ ପାଖରେ ଅଷ୍ଟମୀ ପୂଜା ରିନିତିନୀତି ଅନୁସାରେ ଚାଲିଛି । ତେବେ ଗତକାଲି ପୀଠ ଦେବୀଙ୍କ ପାଖରେ ମହାଅଷ୍ଟମୀ ପୂଜା ବିଳମ୍ବିତ ରାତିରେ ସମାପନ ହୋଇଥିଲା । ମହାମନବମୀ ଉପଲକ୍ଷେ ମା ଜୟଦୁର୍ଗାଙ୍କର ଅପରାହ୍ନରେ ମହିଂସାମର୍ଦ୍ଧିନୀ ବେଶ ଅନୁଷ୍ଠିତ ହେବ ।

ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଦଶହରାରେ ଶେଷ ହେବ । ତେବେ ଚଳିତ ବର୍ଷର୍ କୋରନା କଟକଣା ପାିଂ ଭକ୍ତମାନେ ମାଙ୍କ ଆଶୀଷ ଲାଭ କରିବାରୁ ବଂଚିତ ହୋଇଛନ୍ତି । ଭକ୍ତମାନେ ମାଙ୍କ ଦର୍ଶନ ନକରିପାରି ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳିଛି । ସେହିଭଳି ଆଜି ମହାନବମୀ ପାଇଁ ବୋର ସମୟରେ ମନ୍ଦିର ପହୁଡ ଖୋଲାହେବା ପରେ ମାଙ୍କୁ ମହାସ୍ନାନ କରାଯାଇ ଆଳତୀ କରାଯାଇଥିଲା।

maha nabami pujaପରେ ରିତିନୀତି ଅନୁସାରେ ଚାଲିଛି ପୂଜାର୍ଚ୍ଚନା ରାତିରେ ମାଙ୍କ ପାଖରେ ଷୋଡଷ ଉପଚାର ପୂଜା ସହ ହୋମ ଓ ଯଜ୍ଞ କରାଯିବ । ସେହିପରି ମୃଣୟ ମୂର୍ତୀଙ୍କତର ଆଜି ମହାଅଷ୍ଟମୀ ପୂଜା ଥିବାରୁ ପ୍ରଥା ଅନୁସାରେ ମାଙ୍କ ମଙ୍ଗଳ ଆରତି କରାଯିବା ପରେ ପୂଜାର୍ଚ୍ଚନା ଚାଲିଛି । ତେବେ ସରକାରଙ୍କ ନିୟମକୁ ମାନି ପୂଜାର୍ଚ୍ଚନା ଚାଲୁଥିବାର ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.