ମହିଳାଙ୍କ ଗୋଡ଼କୁ ଜାବୁଡି ଧରିଲା ୧୦ ଫୁଟର ଅଜଗର, ତାହା ପରେ ହେଲା ଏମିତି କିଛି ….

ଅଜଗର ନାଁ ଶୁଣିବା ମାତ୍ରେ ଦେହରେ ଏକ ପ୍ରକାର ଶିହରଣ ଶୃଷ୍ଟି ହୋଇଯାଏ । ଅନେକେ ତ ଭୟରେ ଚମକି ଉଠନ୍ତି । କିନ୍ତୁ ସେହି ଅଜଗର ଯଦି କାହାର ଗୋଡ଼କୁ ମାଡି ବସେ ତେବେ ଭାବନ୍ତୁ ତ ଅବସ୍ଥା କଣ ହେବ । ହଁ ଏମିତି ହିଁ ଏକ ସମାନ ଧରଣର ଘଟଣା ଅଷ୍ଟ୍ରେଲିଆରେ ଘଟିଛି । ଏଠାକାର କ୍ୱିନସଲ୍ୟାଣ୍ଡ ଅଂଚଳରେ ଜଣେ ମହିଳାଙ୍କ ଗୋଡ଼କୁ ଏକ ବିରାଟକାୟ ଅଜଗର ସାପ ଜୋରରେ ଜାବୁଡି ଧରିଛି । ଏହି ଘଟଣାଟିର ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ମହିଳା ଜଣଙ୍କ ନିଜ ପୋଷା ବିଲେଇକୁ ଅଜଗର ଦାଉରୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ । ମହିଳା ଜଣଙ୍କ ନିଜ ପ୍ରିୟ ବିଲେଇର ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ବେଳେ ଏହି ସମୟରେ ଅଜଗରଟି ବିଲେଇ ଉପରୁ ନିଜ ଧ୍ୟାନ ହଟାଇ ମହିଳା ଜଣଙ୍କ ଗୋଡ଼କୁ ଖାପ କିନା ମାଡି ବସୁଛି । ଅଜଗରଟି ଏତେ ଜୋରସେ ମାଡି ବସିଥିଲା ତାକୁ କାଢ଼ିବା ସମ୍ଭବ ହୋଇନଥିଲା ।

ଫଳରେ ବାଧ୍ୟ ହୋଇ ପୋଲିସକୁ ଡାକିବାକୁ ପଡିଥିଲା । ଏକାଧିକ କର୍ମୀ ଲାଗିପଡି ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅଜଗରଟିର ଲମ୍ବ ପାଖାପାଖି ୧୦ ଫୁଟ ଲମ୍ବର ହେବ । ଅଜଗରକୁ କାଢ଼ିବା ଅଭିଯାନ କ୍ୱିନସଲ୍ୟାଣ୍ଡ ପୋଲିସ ସେୟାର କରିଛନ୍ତି । ପୋଲିସ କର୍ମୀଙ୍କ ଅନୁଯାୟୀ ଏହି ଅଜଗରଟି ସମ୍ପୂର୍ଣ୍ଣ ରୂପେ ଜଙ୍ଗଲୀ ଥିଲା । ତେଣୁ ପୋଲିସ କର୍ମୀ ମାନେ ଅଜଗରଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ । ଏମିତି ଏକ ଭୟାନକ ବିପଦରେ ଫସିଥିଲେ ବି ମଧ୍ୟ ମହିଳା ଜଣଙ୍କ ଜମା ବି ଭୟବିତ୍ତ ହୋଇ ନଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.