ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ୧୫ ଜୀବନ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୯୫ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୭୦୯ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୯୮୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୩ ଟି, ବାଲେଶ୍ବରରୁ ୧୨୮ଟି ଓ କଟକ ଜିଲ୍ଲାରୁ ୧୦୩ ଟି ମାମଲା ରହିଛି । ସେହିପରି ପୁରୀରୁ ୫୧ଟି, ଜଗତସିଂହପୁରରୁ ୭୭ଟି, ବରଗଡ଼ରୁ ୫୬, ଅନୁଗୁଳରୁ ୮୩ଟି, ମୟୁରଭଞ୍ଜରୁ ୪୫, ଝାରସୁଗୁଡ଼ାରୁ ୪୫, ନୂଆପଡ଼ାରୁ ୯୨, ସମ୍ବଲପୁରରୁ ୪୨, ବଲାଙ୍ଗୀରରୁ ୬୫ଟି ମାମଲା ଚିହ୍ନଟ ହୋଇଛି ।

ଅନ୍ୟପକ୍ଷରେ କେନ୍ଦୁଝରରୁ ୭୩ ଟି, ନବରଂଗପୁରରୁ ୫୧ଟି, କୋରାପୁଟରୁ ୪୫ଟି, ରାୟଗଡ଼ାରୁ ୧୭ଟି, ସୋନପୁରରୁ ୨୪ଟି, ଭଦ୍ରକରୁ ୩୫ଟି, ନୟାଗଡ଼ରୁ ୩୨ଟି, ମାଲକାନଗିରିରୁ ୩୭, କଳାହାଣ୍ଡିରୁ ୩୬ଟି, ସୁନ୍ଦରଗଡ଼ରୁ ୧୧୦ଟି, ଢେଙ୍କାନାଳରୁ ୨୩ଟି ଏବଂ ରାଜ୍ୟ ପୁଲରୁ ୩୫ଟି ମାମଲା ଚିହ୍ନଟ ହୋଇଛି ।୧୬୯୫ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୨ ଲକ୍ଷ ୭୯ ହଜାର ୫୮୨ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୫ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୨୯ରେ ପହଞ୍ଚିଛି । ସୁନ୍ଦରଗଡ, ମୟୁରଭଞ୍ଜ ଜିଲ୍ଲା ଓ ଭୁବନେଶ୍ବରରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିପରି ଅନୁଗୁଳ, ବରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ପୁରୀ, ବୌଦ୍ଧ,ବାଲେଶ୍ବର, ଗଜପତି, ସମ୍ବଲପୁର, ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.