କେନ୍ଦ୍ର ସରକାର ନେଲେ ନୂଆ ନିଷ୍ପତ୍ତି, ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ସୁଧ ଦେବାକୁ ପଡିବନି

ନୂଆଦିଲ୍ଲୀ: ଲୋନ ମୋରାଟୋରିୟମକୁ ଆସିବ ନୂଆ ନିୟମ । ଆଉ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ କୌଣସି ସୁଧ ପଡ଼ିବ ନାହିଁ । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୬ମାସର ଲକଡାଉନ ଅବଧି ମଧ୍ୟରେ ସୁଧ ଉପରେ ସୁଧ ପଡ଼ିବ ନାହିଁ । ମାର୍ଚ୍ଚ ମାସରୁ ଅଗଷ୍ଟ ମାସ ମଧ୍ୟରେ ଏହି ଛାଡ଼ କରାଯାଇଛି । ଏଣିକି ଋଣ ନେଇଥିବା ବ୍ୟକ୍ତି କେବଳ ବକେୟା ଋଣ ଦେବେ । ଏହି ସମୟ ମଧ୍ୟରେ ଲାଗିଥିବା ସୁଧ ଉପରେ କୌଣସି ସୁଧ ପଡ଼ିବ ନାହିଁ । ଆର୍ଥିକ

ବ୍ୟବସ୍ଥାର ପ୍ରଭାବିତ ହୋଇଥିବା ଲକ୍ଷ ଲକ୍ଷ ଋଣ ନେଇଥିବା ବ୍ୟକ୍ତି ଏହାଦ୍ୱାରା ଉପକୃତ ହେବେ । ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗ ଏହି ନିଷ୍ପତ୍ତି ନେଇଛି । ତୁରନ୍ତ ବା ଦୀପାବଳି ପୂର୍ବରୁ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । MSME ଲୋନ୍‌, ଏଜୁକେସନ, କ୍ରେଡିଟ କାର୍ଡ, ଅଟୋମୋବାଇଲ ଲୋନ୍‌, ପର୍ସନାଲ ଲୋନ୍‌ ନେଇଥିବା ବ୍ୟକ୍ତି ଏଥିରେ ଅର୍ନ୍ତଭୁକ୍ତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.