ଓଡିଶା ସମେତ ୧୬ଟି ରାଜ୍ୟକୁ ୬ ହଜାର କୋଟି ଜିଏସ୍‌ଟି କ୍ଷତିପୂରଣ ଦେଲେ କେନ୍ଦ୍ର ସରକାର

ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ କେନ୍ଦ୍ର ସରକାର ଓଡିଶା ସମେତ ୧୬ଟି ରାଜ୍ୟକୁ ପ୍ରଥମ ଦଫାରେ ଦେଲେ ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ । ସ୍ପେଶାଲ ବରୋଇଂ ୱିଣ୍ଡୋ ମାଧ୍ୟମରେ ଏହି ଅର୍ଥ ପାଇବା ପାଇଁ ୨୧ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କେନ୍ଦ୍ରକୁ ନିଜର ସମ୍ମତି ଜଣାଇଥିଲେ ।

ରାଜ୍ୟମାନେ କ୍ରମାଗତ ଋଣ କରିବା କ୍ଷେତ୍ରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସମନ୍ଵୟ କାର୍ଯ୍ୟ ନିର୍ବାହ କରି ଏହି ବ୍ୟବସ୍ଥାରେ ଅର୍ଥ ଯୋଗାଇ ଦେଇଛି । ରାଜ୍ୟମାନଙ୍କ ମଧ୍ୟରୁ ୫ଟି ରାଜ୍ୟର ଜିଏସଟି କ୍ଷତିପୂରଣ ବାବଦ କୌଣସି ବକେୟା ନଥିଲା । ଅନ୍ୟ ରାଜ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ୬ ହଜାର କୋଟି ଟଙ୍କା ଋଣ କରିଛନ୍ତି ।

ପ୍ରଥମ ଦଫାରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିଆନା, ହିମାଚଳପ୍ରଦେଶ, କର୍ଣ୍ଣାଟକ, ଅଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ଓଡ଼ିଶା, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ତଥା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଏବଂ ଜମ୍ମୁ ଓ କଶ୍ମୀରକୁ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ସରକାର ଏହି ଋଣ ବାର୍ଷିକ ୫.୧୯ ଶତାଂଶ ସୁଧରେ ଉଠାଇଛନ୍ତି । ଏହି ୬ ହଜାର କୋଟି ଟଙ୍କା ସାପ୍ତାହିକ ଭିତ୍ତିରେ ସଂପୃକ୍ତ ରାଜ୍ୟମାନଙ୍କୁ ପ୍ରଦାନ କରାଯିବ । ସଂପୃକ୍ତ ଋଣର ମିଆଦ ୩ରୁ ୫ ବର୍ଷ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.