Below header

ଆପଣଙ୍କ ଡ଼େକ୍ସଟପରେ ରାହିଛି କି ଟେଲିଗ୍ରାମ୍ ଆପ, ତେବେ ସାବଧାନ

ନୂଆଦିଲ୍ଲୀ : ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମରେ ଏକ ବଡ଼ ବଗ ଥିବାର ଜଣାପଡ଼ିଛି। ଏଥିରେ ଭଏସ କଲ କରିବା ସମୟରେ କମ୍ପୁଟରରେ ଥିବା ଆପ୍ ପବ୍ଲିକ୍  ଏବଂ ପ୍ରାଇଭେଟ IP ଠିକଣା ଲିକ୍ କରୁଛି। ନ୍ଯୁଜ୧୮ର ରିପୋର୍ଟ ମୁତାବକ, ସିକ୍ଯୁରିଟି ରିସର୍ଚ୍ଚର ଧିରଜ୍ ମିଶ୍ର କହିଛନ୍ତି ଟେଲିଗ୍ରାମର ଡ଼େକ୍ସଟପ୍ ଆପରେ ପିୟର-ଟୁ-ପିୟର ଫ୍ରେମୱାର୍କରେ ଆଧାରିତ ହେବା କାରଣରୁ ମେସେଜ୍ କରିବା ସମୟରେ ସେ ପ୍ରାଇଭେଟ ଏବଂ ପବ୍ଳିକ ଆଇପି ଠିକଣା ଲିକ କରିଥାଏ। ଫଳରେ ଡ଼େସ୍କଟପରେ ଥିବା ସମସ୍ତ ତଥ୍ଯ ଲିକ୍ ହୋଇଥାଏ।  ଏହାକୁ ବନ୍ଦ କରିବାକୁ ଡ଼େସ୍କଟପରେ କୌଣସି ଉପାୟ ମିଳିନାହିଁ। ଏଣୁ ସାଇବର ଆକ୍ରମଣର ଅଧିକ ସମ୍ବାବନା ରହିଛି। ଏହା ଦ୍ବାରା ଗ୍ରାହକଙ୍କ ବ୍ଯକ୍ତିଗତ ତଥ୍ଯ ମଧ୍ୟ ଲିକ୍ ହୋଇପାରେ।

telegram-desktop

ଟେଲିଗ୍ରାମ କମ୍ପାନି ଅନୁଯାୟୀ, ଏହି ବଗକୁ ଖୁବ୍ ଶୀଘ୍ର ଫିକ୍ସ କରିବା ସହ ଡ଼େସ୍କଟପ୍ ଆପକୁ ଅପଡ଼େଟ କରାଯିବ। ଏପରିକି ବଗ ବିଷୟରେ ସୂଚନା ଦେଇଥିବାରୁ କମ୍ପାନିର ସିକ୍ଯୁରିଟି ଟିମ୍ ରିସର୍ଚ୍ଚର ଟିମକୁ ୧,୬୮,୯୦୦ଟଙ୍କାର ପୁରସ୍କାର ମଧ୍ୟ ପ୍ରଦାନ କରିଛି।

ସୂଚନା ଅନୁଯାୟୀ, କମ୍ପାନି ଏହି ଘଟଣାକୁ ଠିକ୍ କରିବା ପାଇଁ ୧.୩.୧୭ ଟେଲିଗ୍ରାମ ବିଟା ଆପ୍ ଏବଂ ଟେଲିଗ୍ରାମର ୧.୪ଭର୍ସନରେ ନୋବଡ଼ି ଅପସନ୍ ସାମିଲ କରିଛି। ଯାହାକୁ ଆଗକୁ ଆପ୍ ଅପଡ଼େଟ ହେବା ସହ ସେଥିରେ ସାମିଲ ହୋଇଯିବ।

telegram-error

ଡ଼େସ୍କଟପ ଟେଲିଗ୍ରାମ ଆପରେ ଏହି ବଗକୁ ଠିକ୍ କରିବାର କୌଣସି ଉପାୟ ଦିଆଯାଇନଥିବା ବେଳେ ସ୍ମାର୍ଟଫୋନ ଗ୍ରାହକ ଏହି ସମସ୍ଯାର ସମାଧାନ ନିଜେ ଠିକ୍ କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ P2P କଲ୍ସ ଅପସନକୁ ବନ୍ଦ କରିବାକୁ ପଡ଼ିବ। ଏଥିପାଇଁ ଆପର ସେଟିଂ >ପ୍ରାଇଭେସି ଏବଂ ସିକ୍ଯୁରିଟି >କଲ୍ସ > P2P କଲ ଅପସନକୁ କ୍ଲିକ୍ କରି ଏହାକୁ ବନ୍ଦ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.