Below header

କାନରେ ଯଦି ପୋକ ପଶିଯାଏ, ତେବେ ଡରନ୍ତୁ ନାହିଁ ତୁରନ୍ତ କରନ୍ତୁ ଏହି ଉପାୟ

ଅନେକ ସମୟରେ ଆମ ଅଜାଣତରେ କାନରେ କିଛି ପୋକ ପଶିଯାଏ । ଯାହା ଫଳରେ ବହୁତ କଷ୍ଟ ହେବା ସହ ବାହାର କରିବାରେ ଅସୁବିଧା ମଧ୍ୟ ହୋଇଥାଏ  । ଖାସ୍ କରି କାନରେ କିଛି ପୋକ ପଶିଗଲେ ଭୟରେ କଣ କରିବା କଣ ନାହିଁ ମୁଣ୍ଡରେ କିଛି ପଶିନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ଜଣାଇବୁ ଯାହା ଆପଣଙ୍କ କାମରେ ଆସିଥାଏ  ।

  • ଲିମ୍ବରେ ଅନେକ ଗୁଣ ଥାଏ । ଯଦି ଆପଣଙ୍କ କାନରେ କିଛି ପୋକ ପଶିଯାଉଛି ତେବେ ଲିମ୍ବ ପତ୍ର ରସରେ କିଛି ବୁନ୍ଦା ରାଶି ତେଲ ମିଶାଇ ପକାଇଲେ କାନ ଭିତରେ ହିଁ ପୋକ ମରିଯିବ । ଏବେ କୌଣସି ନରମ ଜିନିଷରେ ଏହାକୁ ବାହାର କରିପାରିବେ ।
  • କୌଣସି ପତଳା ଜିନିଷ ଯାହା ସହଜରେ କାନ ଭିତରକୁ ଯାଇପାରିବ ସେଥିରେ ତୂଳା ଗୁଡାଇ ଗ୍ଲିସେରିନ୍ ଲଗାନ୍ତୁ । ଏବେ ଏହାକୁ କାନରେ ପଶାନ୍ତୁ , ଦେଖିବେ ଯାହା ବି ପୋକ ଥିବ ବାହାରି ଆସିବ ।
  • ସେହିପରି ସୂତାରେ କିଛି ମହୁ ଲଗାଇ କାନରେ ଧୀରେ ଧୀରେ ବୁଲାନ୍ତୁ । ଏମିତି କଲେ କାନରେ ଯାହା ବି ଥିବା ମହୁ ସହ ଲାଗି ବାହାରକୁ ଚାଲିଆସିବ ।
  • ଜୁଆଣି ପତ୍ରର ରସ ପକାଇଲେ କାନରେ ଥିବା ପୋକ ଚାଲିଆସିବ ।
  • ସେହିପରି ପାଣିରେ କଳା ଲୁଣ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହି ପାଣିରୁ କିଛି ବୁନ୍ଦା କାନରେ ପକାଇଲେ ପଶିଥିବା ପୋକ ମରି ବାହାରକୁ ଚାଲିଆସିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.