Below header

OnePlus ୟୁଜରଙ୍କ ପାଇଁ ଆସିଯାଇଛି ଲାଟେଷ୍ଟ ସ୍ମାର୍ଟଫୋନ, ଫିଚର୍ସ ସହ ଦାମ ବି ରହିଛି ବଢ଼ିଆ

ଆପଣ ଏହି ଲାଟେଷ୍ଟ ଫୋନରେ ବହୁତ ସାରା ଫିଚର ପାଇବେ । ଏହି ଫୋନର ମୂଲ୍ୟ ମଧ୍ୟ ଆପଣଙ୍କ ବଜେଟରେ ଫିଟ୍ ହେବ । OnePlus ବଜାରରେ ଏହାର OnePlus Nord CE 4 ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍ ହେଉଛି OnePlus Nord CE 3 ର ଏକ ଅପଗ୍ରେଡ୍ ଭର୍ସନ ।

ଯଦି ଆପଣ ନିଜ ପାଇଁ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି, ତେବେ OnePlus Nord CE4 ର ଏହି ଲାଟେଷ୍ଟ ସ୍ମାର୍ଟଫୋନ୍ ଆପଣଙ୍କ ପାଇଁ ବେଷ୍ଟ ହେବ । ଆପଣ ଏହି ଲାଟେଷ୍ଟ ଫୋନରେ ବହୁତ ସାରା ଫିଚର ପାଇବେ । ଏହି ଫୋନର ମୂଲ୍ୟ ମଧ୍ୟ ଆପଣଙ୍କ ବଜେଟରେ ଫିଟ୍ ହେବ । OnePlus ବଜାରରେ ଏହାର OnePlus Nord CE 4 ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍ ହେଉଛି OnePlus Nord CE 3 ର ଏକ ଅପଗ୍ରେଡ୍ ଭର୍ସନ । ଆପଣ ଏହି ଫୋନରେ ୬.୭ ଇଞ୍ଚର ଫୁଲ୍ HD + AMOLED ଡିସପ୍ଲେ ପାଇବେ । ଫୋନରେ ଅନେକ ଫିଚର ରହିଛି । ଏହି ଫୋନର କ୍ୟାମେରା, ବ୍ୟାଟେରୀ, ଦାମ୍‌ କେତେ ରହିଛି ଆସନ୍ତୁ ଜାଣିବା ।

Nord CE4 ସ୍ମାର୍ଟଫୋନ୍ ସ୍ନାପଡ୍ରାଗନ୍ ୭ ଜେନ ୩ ଚିପସେଟ ଦ୍ୱାରା ଲ୍ୟାସ୍‌ ହୋଇଛି । ଫୋନରେ ୫,୫୦୦ mAh ବ୍ୟାଟେରୀ ଅଛି, ଯାହା ୧୦୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହି ଫୋନ୍ ଡୁଆଲ୍-ସିମ୍ ସପୋର୍ଟ ସହିତ ଆସିଥାଏ ।

କ୍ୟାମେରା: ଫଟୋ-ଭିଡିଓ ପାଇଁ ଆପଣ ଏହି ଫୋନରେ ଏକ ଦମଦାର କ୍ୟାମେରା ପାଇବେ । ଫୋନରେ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ଅଛି ଯେଉଁଥିରେ ପ୍ରାଇମେରୀ କ୍ୟାମେରା ୫୦ ମେଗାପିକ୍ସେଲ ଏବଂ ସେକେଣ୍ଡାରୀ କ୍ୟାମେରା ୮ ମେଗାପିକ୍ସେଲ ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି ।

ଷ୍ଟୋରେଜରେ ଏହି ଫୋନ୍ ଆପଣଙ୍କୁ ଭଲ ଭାବରେ ସପୋର୍ଟ କରିବ । ଆପଣ ଫୋନରେ ୨୫୬ GB ଇଣ୍ଟରନାଲ ମେମୋରୀ ପାଇବେ । ଏକ କାର୍ଡ କନେକ୍ଟ କରି ଆପଣ ୧ TB ପର୍ଯ୍ୟନ୍ତ ମେମୋରୀକୁ ଏକ୍ସଟେଣ୍ଡ କରିପାରିବେ ।

OnePlus ର ଲାଟେଷ୍ଟ ଫୋନର ଦାମ ବିଷୟରେ କହିବାକୁ ଗଲେ ଏହାର ୮ GB + ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୨୪,୯୯୯ ଟଙ୍କା ରହିଛି । ଏହାର ୮ GB + ୨୫୬ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୨୬,୯୯୯ ଟଙ୍କା ଥିବାବେଳେ ଏହି ଫୋନର ବିକ୍ରି ଏପ୍ରିଲ ୪ ତାରିଖ ମଧ୍ୟାହ୍ନ ୧୨ ଟାରୁ ଆରମ୍ଭ ହେବ । ଆପଣ ଏହାକୁ OnePlus ଅନଲାଇନ୍ ଷ୍ଟୋର୍, ଆମାଜନ ଏବଂ ରିଟେଲ ଷ୍ଟୋରରୁ କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.