Jio True 5G ପାଇଁ ଫୋନ୍‌ରେ ଥିବା ଦରକାର ଏହି ସବୁ ବ୍ୟାଣ୍ଡ୍‌! ନଚେତ୍‌ ମିଳିବ ନାହିଁ 5Gର ଅନୁଭବ…

Jio True 5G ସର୍ଭିସ୍‌ ଲଞ୍ଚ୍‌ ହୋଇସାରିଛି। କମ୍ପାନୀ ନିଜର 5G ସେବାକୁ ଦେଶର ୪ ସହରରେ ବର୍ତ୍ତମାନ ପାଇଁ ଲଞ୍ଚ୍‌ କରିଛି। ଏହି ସର୍ଭିସ୍‌ ଆପଣଙ୍କୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀରେ ମିଳିବ। ଏହା ବ୍ୟତୀତ କମ୍ପାନୀ େଓ୍ଵଲକମ୍‌ ଅଫର୍‌ ମଧ୍ୟ ଜାରି କରିଛି। ଏହି ଅଫର୍‌ ଅଧୀନରେ ୟୁଜରମାନଙ୍କୁ ଅନଲିମିଟେଡ୍‌ 5G ଡାଟା ଅନୁଭବ କରିବାର ମଉକା ମିଳିବ।

5G ନେଟ୍‌ଓ୍ଵାର୍କ ପାଇଁ ଆପଣଙ୍କ ପାଖରେ 5G ସପୋର୍ଟର ଫୋନ୍‌ ଥିବା ଦରକାର। ଏହା ପରେ ଯଦି ଆପଣ 5G ସେବା ଉପଲବ୍ଧ ଥିବା ସହରରେ ରହୁଛନ୍ତି, ତା’ ହେଲେ ଆପଣଙ୍କ ଫୋନରେ ନେଟ୍‌ଓ୍ଵାର୍କ ଆସିଯିବ। ଯଦିଓ 5G ଡାଟା ଅନୁଭବ କରିବା ପାଇଁ ବର୍ତ୍ତମାନ କମ୍ପାନୀ ଇନ୍‌ଭାଇଟ ପଠାଉଛି। ଏହି ଇନ୍‌ଭାଇଟ ବଛା ବଛା ୟୁଜରଙ୍କୁ ହିଁ ଦିଆଯାଉଛି।

5G ବ୍ୟାଣ୍ଡ୍‌ସ ଉପରେ ରଖନ୍ତୁ ଧ୍ୟାନ

ଏ ସବୁ ଭିତରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏକ ନୂଆ 5G ଫୋନ କିଣିବା ସମୟରେ ଆପଣଙ୍କୁ କେଉଁ କଥା ଉପରେ ଧ୍ୟାନ ରଖିବାକୁ ପଡ଼ିବ। ଯଦି ଆପଣ ଜିଓ ୟୁଜର ଏବଂ ନିଜ ପାଇଁ 5G ଫୋନ୍‌ କିଣୁଛନ୍ତି, ତା’ ହେଲେ 5G ବ୍ୟାଣ୍ଡ୍‌ସ ଉପରେ ଧ୍ୟାନ ରଖନ୍ତୁ। ଯଦି ଆପଣଙ୍କ ପାଖରେ ପୁରୁଣା ଫୋନ୍‌ ଅଛି, ତା’ ହେଲେ ବି ଆପଣଙ୍କୁ ଚେକ୍‌ କରିବାକୁ ହେବ ଯେ କେଉଁ କେଉଁ ବ୍ୟାଣ୍ଡ୍‌ ଉପଲବ୍ଧ ରହିଛି। Jio True 5G ସର୍ଭିସ୍‌ କିଛି ହିଁ ବ୍ୟାଣ୍ଡ୍‌ସ ଉପରେ ମିଳିବ।

ଏହି ବ୍ୟାଣ୍ଡ୍‌ସ ରହିବା ଜରୁରୀ

ୟୁଜରମାନଙ୍କ ଫୋନରେ ସେହି ସବୁ ବ୍ୟାଣ୍ଡ୍‌ ଥିବା ଦରକାର, ଯାହା ଉପରେ ଆପଣଙ୍କୁ ସର୍ଭିସ୍‌ ମିଳିବ। ଜିଓ କଥା ଦେଖିବା ତ, ଏହାର ସେବା n28, n78 ଏବଂ n258 ବ୍ୟାଣ୍ଡ୍‌ ଉପରେ ମିଳିବ। ଅଧିକାଂଶ ସ୍ମାର୍ଟଫୋନରେ n28 ଏବଂ n78 ବ୍ୟାଣ୍ଡ୍‌ ରହିଥାଏ। ତଥାପି ଆପଣ ନିଜ ଫୋନର 5G ବ୍ୟାଣ୍ଡ୍‌ସର ଡିଟେଲ ଚେକ୍‌ କରି ନିଅନ୍ତୁ।

ଏଥିପାଇଁ ଆପଣଙ୍କୁ ସ୍ମାର୍ଟଫୋନ ବ୍ରାଣ୍ଡର ଅଫିସିଆଲ େଓ୍ଵବ୍‌ସାଇଟକୁ ଯିବାକୁ ହେବ। ଏଠାରେ ଆପଣଙ୍କୁ ହ୍ୟାଣ୍ଡସେଟ୍‌ର ନାମ ସର୍ଚ୍ଚ କରିବାକୁ ପଡ଼ିବ। ଏବେ ଆପଣ ସ୍ପେସିଫିକେସନ୍ସକୁ ଯାଇ ଏହାର ବ୍ୟାଣ୍ଡସ୍‌ର ଡିଟେଲ ଦେଖି ପାରିବେ। ଏମିତିରେ ଫୋନର ରିଟେଲ ବକ୍ସରେ ମଧ୍ୟ ବ୍ୟାଣ୍ଡ୍‌ସର ସୂଚନା ମିଳି ଯାଇଥାଏ। କିଛି ଫୋନରେ ଡିଟେଲ ଦିଆଯାଇ ନ ଥାଏ।

ସେପଟେ ୫ଜି ସର୍ଭିସ୍‌ ଆସୁ ଆସୁ ଜିଓ ବଡ଼ ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀ ନିଜର ଅଫିସିଆଲ େଓ୍ଵବ୍‌ସାଇଟରୁ ଗୋଟିଏ କି ଦୁଇଟି ନୁହେଁ, ବରଂ ୧୨ ପ୍ଲାନ୍ସକୁ ରିମୁଭ୍‌ କରି ଦେଇଛି। ଏ ସମସ୍ତ ପ୍ଲାନ୍‌ Disney+ Hotstar ସବ୍ସକ୍ରିପ୍ସନ ସହିତ ଆସିଥାଏ। ଜିଓ ୧୫୧ ଟଙ୍କାରୁ ଆରମ୍ଭ କରି ୩,୧୧୯ ଟଙ୍କା ପର୍ଯ୍ୟନ୍ତ ପ୍ଲାନ୍‌ ଗୁଡ଼ିକୁ ରିମୁଭ୍‌ କରିଛି। ଏଥିରେ ରେଗୁଲାର ରିଚାର୍ଜ ପ୍ଲାନ୍‌ ଠୁ ନେଇ ଡାଟା ଆଡ୍‌ ଅନ୍ସ ପର୍ଯ୍ୟନ୍ତ ପ୍ଲାନ୍‌ ଅନ୍ତର୍ଭୁକ୍ତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.