୨ହଜାର ଟଙ୍କାରୁ ବି କମ ଦାମରେ ଲଞ୍ଚ ହେଲା ଏହି ସ୍ମାର୍ଟ ୱାଚ୍, ରହିଛି ୧୨୦ରୁ ଅଧିକ ସ୍ପୋଟର୍ସ ମୋଡ୍

ଏହା ଏକ ଶସ୍ତା ସ୍ମାର୍ଟ ୱାଚ୍, ଯାହାର ଦାମ୍‌ ୨,୧୯୯ ଟଙ୍କା । କିନ୍ତୁ ଲଞ୍ଚ ଅଫର ଅନୁସାରେ ଏହି ସ୍ମାର୍ଟ ୱାଚକୁ ୧,୭୯୯ ଟଙ୍କାରେ କିଣାଯାଇ ପାରିବ । BOULT Mirage ସ୍ମାର୍ଟ ୱାଚରେ ୧.୩୯ ଇଞ୍ଚର HD ଡିସପ୍ଲେ ଦିଆଯାଇଛି ।

BOULT ଏହାର ନୂଆ ସ୍ମାର୍ଟଫୋନ Mirage ଭାରତରେ ଲଞ୍ଚ କରିଛି । ଏହା ଏକ ଶସ୍ତା ସ୍ମାର୍ଟ ୱାଚ୍, ଯାହାର ଦାମ୍‌ ୨,୧୯୯ ଟଙ୍କା । କିନ୍ତୁ ଲଞ୍ଚ ଅଫର ଅନୁସାରେ ଏହି ସ୍ମାର୍ଟ ୱାଚକୁ ୧,୭୯୯ ଟଙ୍କାରେ କିଣାଯାଇ ପାରିବ । BOULT Mirage ସ୍ମାର୍ଟ ୱାଚରେ ୧.୩୯ ଇଞ୍ଚର HD ଡିସପ୍ଲେ ଦିଆଯାଇଛି । ଏଥିରେ ବ୍ଲୁଟୁଥ୍ କଲିଂ ସହିତ ୧୨୦ରୁ ଅଧିକ ସ୍ପୋର୍ଟ୍ସ ମୋଡ୍‌ ଦିଆଯାଇଛି ।

ଏହି ସ୍ମାର୍ଟ ୱାଚର ଡିଜାଇନ ବହୁତ ଷ୍ଟାଇଲିସ ରହିଛି । ଏହାକୁ ଆଇନକ୍ସ ଷ୍ଟିଲ୍‌, ଆମ୍ବର ବ୍ଲୁ ଏବଂ କୋଲ ବ୍ଲାକ କଲରରେ କିଣି ପାରିବେ । BOULT Mirage ସ୍ମାର୍ଟ ୱାଚକୁ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଫ୍ଲିପକାର୍ଟରୁ କିଣା ଯାଇ ପାରିବ । BOULT Mirage ସ୍ମାର୍ଟ ୱାଚ୍ ଏକ ସୁନ୍ଦର ଏବଂ ଷ୍ଟାଇଲିସ୍ ଡିଜାଇନ୍ ସହିତ ଆସିଥାଏ । ଏହାର ଲାଇଟ େଓ୍ଵଟ ମେଟାଲ ଫ୍ରେମ୍ ଏହାକୁ ଆରାମଦାୟକ କରିଥାଏ । ଏହା ୧.୩୯ ଇଞ୍ଚର HD ଡିସପ୍ଲେ ସାର୍ପ ଏବଂ ଭିଭିଡ ଭିଜୁଆଲ୍ ପ୍ରଦାନ କରିଥାଏ । IP67 ରେଟିଂ ସହିତ ଏହା ଜଳ ପ୍ରତିରୋଧ କରିଥାଏ ।

ଫିଟନେସ୍ ଲଭର୍ସମାନଙ୍କ ପାଇଁ BOULT Mirage ସ୍ମାର୍ଟ ୱାଚରେ ୧୨୦ରୁ ଅଧିକ ସ୍ପୋଟର୍ସ ମୋଡ୍ ଦିଆଯାଇଛି । ଏଥିରେ ରନିଂ, ଓ୍ଵାକିଙ୍ଗ୍‌, ସାଇକେଲିଂ, ଯୋଗ ଏବଂ ସ୍ୱିମିଂ ଭଳି ସୁବିଧା ସାମିଲ ରହିଛି । ଏହି ମୋଡ୍ ସାହାଯ୍ୟରେ ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ଟ୍ରାକ୍ କରିପାରିବେ ।

BOULT Mirage ସ୍ମାର୍ଟୱାଚରେ ଅନେକ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଟ୍ରାକିଂ ଫିଚର ଦିଆଯାଇଛି । ଏଥିରେ ଇନବିଲ୍ଟ ହାର୍ଟ ରେଟ ମନିଟର, ବ୍ଲଡ ଅକ୍ସିଜେନ ମନିଟର ଏବଂ ସ୍ଲିପ୍‌ ଟ୍ରାକର ସାମିଲ ରହିଛି । BOULT Mirage ସ୍ମାର୍ଟୱାଚରେ ବ୍ଲୁଟୁଥ୍ କଲିଂ ସପୋର୍ଟ ଦିଆଯାଇଛି । ଏହାର ଅର୍ଥ ହେଉଛି ଆପଣ ଏହି ସ୍ମାର୍ଟ ୱାଚ୍ ବ୍ୟବହାର କରି ଆପଣଙ୍କ ଫୋନରୁ କଲ୍ ରିସିଭ୍‌ ଏବଂ ଡିସକନେକ୍ଟ କରିପାରିବେ । ଏଥିରେ ବିଲ୍ଟ-ଇନ୍ ସ୍ପିକର ଏବଂ ମାଇକ୍ରୋଫୋନ୍ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.