Below header

କରୋନା ସତର୍କତା : ଅଧିକ ଥର ମେସେଜ ଫରୱାର୍ଡ଼ଇଙ୍ଗ ଉପରେ ରୋକ ଲଗାଇଲା WhatsApp

ସୋସିଆଲ ମିଡ଼ିଆ ହୁଆର୍ଟ୍ସଅପ ମାଧ୍ୟମରେ କରୋନା ଭାଇରସକୁ ନେଇ ଭାଇରାଲ ହେଉଥିବା ବିଭିନ୍ନ ମିଛ ସତ ତଥ୍ୟ ପ୍ରସାରଣ ଉପରେ ରୋକ ଲଗାଇବା ପାଇଁ ଏକ ବଡ ନିଷ୍ପତି ନେଇଛି ହୁଆର୍ଟ୍ସଅପ । ହୁଵାର୍ଟ୍ସ ଅପ ନିଜ ମେସେଜ ଫରୱାର୍ଡ଼ଇଙ୍ଗ କ୍ଷମତାକୁ ସୀମିତ କରି ଦେଇଛି । ଏଣିକି ହୁଆର୍ଟ୍ସଅପ ୟୁଜର ମାନେ କୌଣସି ମେସେଜକୁ ମାତ୍ର ଥରେ ହିଁ ଅନ୍ୟ ୟୁଜରଙ୍କୁ ପଠାଇ ପାରିବେ । ଯେବେକି ପୂର୍ବରୁ ଏହି ସୁବିଧା ୫ ଜଣଙ୍କୁ ପଠାଇବାର ଥିଲା । ଏହି ନୂଆ ଫିଚର ଗୋଟିଏ ଅପଡେଟ ପରେ ଆକ୍ଟିଭ ହେବ ବୋଲି ଜଣାଯାଇଛି ।

whats app

କିଛି ଦିନ ହେବ କରୋନା ଭାଇରସକୁ ନେଇ ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ବିଭିନ୍ନ ଫର୍ଜି ମିଛ ସତ ତଥ୍ୟକୁ ସେୟାର କରାଯାଉଛି । ଯାହାକି ଟ୍ୱିଟର, ଗୁଗୁଲ ଓ ଫେସବୁକ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଯାଇଥିଲା । ଏହାକୁ ଧ୍ୟାନରେ ରଖି କମ୍ପାନୀ ତରଫରୁ ମେସେଜ ଫରୱାର୍ଡ଼ଇଙ୍ଗ ନେଇ ସୀମା ଧାର୍ଯ୍ୟ କରାଯାଇଥିବା ଜଣାଯାଇଛି । ଏହା ପୂର୍ବରୁ ଫେସବୁକ ବି ନିଜ ପ୍ଲାଟ୍ଫର୍ମରେ ଫଜି ମେସେଜ ପଠାଇବା ଉପରେ ରୋକ ଲଗାଇଥିଲା । ଯେବେକି ଗୁଗୁଲ ଓ ଟ୍ୱିଟର କମ୍ପାନୀ ବି ଯଥେଷ୍ଟ ପୂର୍ବରୁ ଏହି ସମାନ ନିଷ୍ପତ୍ତି ନେଇଥିଲେ ଢ ଅନ୍ୟ ପକ୍ଷରେ ହୁଆର୍ଟ୍ସ ଅପର ଏହି ପଦକ୍ଷେପକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପ୍ରଶଂସା କରାଯାଉଛି ।

କୁହାଯାଉଛିକି, କମ୍ପାନୀର ଏହି ନିଷ୍ପତ୍ତି ନିଶ୍ଚିତ ରୂପେ ସ୍ୱାଗତ ଯୋଗ୍ୟ । ଏହା ଦ୍ୱାରା ବିଭିନ୍ନ ଫରଜି ଖବର ଉପରେ ରୋକ ଲଗାଯାଇ ପାରିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । କହି ରଖିବା ଉଚିତ ହେବକି, ବିଶ୍ୱ ବ୍ୟାପି ହୁଆର୍ଟ୍ସଅପର ପଖାପାଖି ୨ ଲକ୍ଷ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି । ଯେବେକି କେବଳ ଭାରତରେ ହିଁ ପ୍ରାୟ ୪୦ କୋଟି ବ୍ୟବହାରକାରୀ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.