ନିଜ ବିଷୟରେ ଖୁଲାସା କଲେ ପପଷ୍ଟାର, କହିଲେ ଜନ୍ମ ଦିନରେ ଅପହରଣ କରାଯାଇ ୪ ସପ୍ତାହ ମୋ ସହ ହୋଇଥିଲା ଦୁଷ୍କର୍ମ

ସିଙ୍ଗର ଡଫି ଅତୀତରେ ନିଜ ସହ ହୋଇଥିବା ଦୁଷ୍କର୍ମ ଏବଂ ଅନେକ ସପ୍ତାହ ଧରି ଅପହରଣ କରି ରଖାଯାଇଥିବାକୁ ନେଇ ଖୁଲାସା କରିଛନ୍ତି। ରିପୋର୍ଟ ଅନୁଯାୟୀ ୱେଲସର ପପଷ୍ଟାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି କଥାର ଖୁଲାସା କରିଛନ୍ତି। ଡଫି କହିଛନ୍ତି, “ମୋର ଜନ୍ମ ଦିନରେ ମତେ ଏକ ରେଷ୍ଟୁରାଣ୍ଟରେ ଡ୍ରଗ୍ସ ଦିଆଯାଇଥିଲା। ଏହାପରେ ମତେ ଲଗାତାର ୪ସପ୍ତାହ ପର୍ଯ୍ୟନ୍ତ ଡ୍ରଗ୍ସ ଦିଆଯାଇ ଅନ୍ୟ ଦେଶକୁ ନେଇଯାଇଥିଲେ। ଏମିତି କି ମୋର ହୋସ ମଧ୍ୟ ନଥିଲା ମତେ ବିମାନରେ କି କୌଣସି ଯାନର ପଛ ପଟେ ନିଆଯାଇଥିଲା। ଅପରାଧିମାନେ ମତେ ଏକ ହୋଟେଲରେ ବନ୍ଦ କରି ରଖିବା ପରେ ମୋ ସହ ଦୁଷ୍କର୍ମ ମଧ୍ୟ କରିଥିଲେ। ଏଥିସହ ଅପରାଧିମାନେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଷଡଯନ୍ତ୍ର କରିଥିଲେ।”

11

ଡଫି କହିଛନ୍ତି, ମୁଁ ମୋ ଯନ୍ତ୍ରଣାକୁ ଏଥିପାଇଁ ସେୟାର କରୁଛି, କାରଣ “ଆମେ ଏକ ପିଡ଼ିତାଦାୟକ ଦୁନିଆରେ ରହୁଛେ।” ଆଗକୁ ଏହାମଧ୍ୟ କହିଛନ୍ତି, “ମୋର ଆଶା ରହିଛି ଯଦି ଆପଣ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି ତେବେ ଏହି କଥା ଜାଣିବା ପରେ ହୁଏତ ଆପଣକୁ ସମାଜରେ ଲାଜ କମ ଅନୁଭବ ହେବ।”

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.