କଡ଼ାସୁରକ୍ଷାରେ ରହି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ଏସବୁ ସେଲିବ୍ରିଟି, ଦେଖନ୍ତୁ ଏବେ କେମିତି ଅଛନ୍ତି ସେମାନେ

କରୋନା ଭାଇରସର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳୁଛି। ପ୍ରାୟ ୨୦୦ରୁ ଅଧିକ ଦେଶକୁ ନିଜ କବ୍ଜାକୁ ନେଇ ସାରିଲାଣି କୋଭିଡ-୧୯। ରିପୋର୍ଟ ମୁତାବକ ମହିଳାଙ୍କ ତୁଳନାରେ ଏବେ ସାରା ବିଶ୍ୱରେ ଅଧିକାଂଶ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଧନୀ ଗରିବ କାହାକୁ ବି ଏ ରୋଗ ଛାଡ଼ୁନି। ଧନୀମାନେ ଏତେ ନିଜକୁ ଟାଇଟ ସିକ୍ୟୁରିଟିରେ ରଖୁଥିଲେ ବି ଏହି ରୋଗ କବଳରୁ ରକ୍ଷା ପାଉନାହାନ୍ତି। ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା, ଅଭିନେତ୍ରୀ, କ୍ରୀଡାବିତ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ବିଶିଷ୍ଟ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି…
ପ୍ରିନ୍ସ ଚାର୍ଲସ:
ରାଣୀ ଏଲିଜାବେଥଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ:
ସୁରକ୍ଷା ବଳୟ ମଧ୍ୟରେ ରହି ମଧ୍ୟ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ସଂକ୍ରମିତ ହୋଇଛନ୍ତି। ସେ ଏବେ ଚିକିତ୍ସାଧୀନ ଅଛନ୍ତି।
ଅଭିନେତ୍ରୀ ଅଲିଭିଆ ନିକାନେନ୍:
ହଲିଉଡ଼ ଅଭିନେତ୍ରୀ ଅଲିଭିଆ ନିକାନେନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ଦ ସୋସାଇଟି ଓ ସୁପରଗାର୍ଲ ଫିଲ୍ମରେ ଚମତ୍କାର ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଏହି ନାୟିକା।
ଇସ୍ରାଇଲର ସ୍ୱାସ୍ଥ୍ୟମନ୍ତ୍ରୀ ୟାକୋଭ ଲିଡଜମ୍ୟାନ:
କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିଲେ ବି ଇସ୍ରାଇଲର ସ୍ୱାସ୍ଥ୍ୟ ମନ୍ତ୍ରୀ ୟାକୋଭ ଲିଡଜମ୍ୟାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି।
ଆମେରିକାନ ଗାୟକ ଜନ୍ ପ୍ରାଇନ:
ଗ୍ରାମୀ ପୁରସ୍କାର ବିଜେତା ଆମେରିକାନ ଗାୟକ ଜନ୍ ପ୍ରାଇନ କରୋନାରେ ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ରହିଛି।
ଗାୟିକା କନିକା କପୁର:
ବେବି ଡଲ ଗୀତରୁ ବଲିଉଡରେ ପରିଚୟ ସୃଷ୍ଟି କରିଥିବା କନିକା କପୁର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ମାତ୍ର ଚିକିତ୍ସାଧୀନ ରହିବା ପରେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।
ଏମାନଙ୍କ ବ୍ୟତୀତ ପୂର୍ବତନ ତୁର୍କୀ ଗୋଲକିପର ରୁସ୍ତୁ ରେକବେର, ଅଭିନେତ୍ରୀ ଇନ୍ଦିରା ବର୍ମା, NBA ଷ୍ଟାର କେଭିନ ଦୂରନ୍ତ, ଅଷ୍ଟ୍ରେଲିଆର ଗୃହ ମନ୍ତ୍ରୀ ପିଟର ଡୁଟନ, କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ସୋଫି ଗ୍ରୀଗୋଇରି, ହଲିଉଡ଼ ଆକ୍ଟର ଟମ୍ ହଙ୍କସ, ୟୁକେ ସ୍ୱାସ୍ଥ୍ୟ ମନ୍ତ୍ରୀ ନାଦିନ ଡୋରିସ ପ୍ରମୁଖ କରୋନା ସଂକ୍ରମିତ ହୋଇଛନ୍ତି।