ଚାକିରି ଉପରେ କରୋନା ମାଡ଼ ଆରମ୍ଭ : ଷ୍ଟାର ଇଣ୍ଡିଆ କାଟିଲା ନିଜ କର୍ମଚାରୀଙ୍କ ବେତନ

କରୋନା ସଙ୍କଟ ସମୟରେ କାହାର ଦରମା ନ କାଟିବା ପାଇଁ କେନ୍ଦ୍ର ସରକାର ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଜନପ୍ରତିନିଧିଙ୍କ ବେତନ କାଟ୍‍ ହେବା ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଏବେ ଏହି ବାଟରେ ଚାଲିବା ଆରମ୍ଭ କରିଦେଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରୀରେ ଦରମା କାଟ୍‍ ପଦବୀ ହିସାବରେ କରାଯାଉଛି, ଅର୍ଥାତ୍‍ ଯିଏ ଯେତେ ସିନିଅର, ତା’ର ସେତିକି ଅଧିକ ଦରମା କଟୁଛି । ଏକତା କପୁର ନିଜର ଚଳିତବର୍ଷର ଦରମା ପିଏମ୍‍ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । ଏହି ତାଲିକାରେ ଷ୍ଟାର ଇଣ୍ଡିଆ ଏବେ ନିଜର କର୍ମଚାରୀଙ୍କ ଦରମାର ୩୦ ପ୍ରତିଶତ କାଟ୍‍ କରିଛି ।

salary

ଭାରତ ସରକାର କରୋନା ଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ଘୋଷଣା ହୋଇଛି । ଏହା ସହିତ ପ୍ରାଇଭେଟ କମ୍ପାନୀ ମାଲିକଙ୍କୁ ନିବେଦନ କରାଯାଇଥିଲା, ସେଠାରେ କାମ କରୁଥିବା କର୍ମଚାରୀଙ୍କ ବେତନ ନ କାଟ୍‍ କରିବା ପାଇଁ । କିନ୍ତୁ କିଛି କମ୍ପାନୀର ମାଲିକ ଏହି କଥାକୁ ଖାମ୍‍ଖିଆଲ କରିଥିଲେ । ଷ୍ଟାର ଇଣ୍ଡିଆ ନିଜ କର୍ମଚାରୀଙ୍କ ବେତନର ୨୦ କାଟ୍‍ କରିବ ବୋଲି ଏକ ଇମେଲ ଜାରି କରିଛି ।

ଷ୍ଟାର ଇଣ୍ଡିଆ ଗତବର୍ଷରୁ ଡିଜନୀ ସହିତ ମିଶିସାରିଛି । ସମଗ୍ର ବିଶ୍ୱ କରୋନା ସହିତ ଲଢୁଥିବା ବେଳେ ଡିଜନୀର ଚେୟାରମ୍ୟାନ ବବ ଇଗର ଏହି ଫଇସଲା ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.