ଋତୁକାଳୀନ ରୋଗରେ ପରିବର୍ତ୍ତିତ ହୋଇପାରେ କରୋନା ଭାଇରସ, ଚେତାବନୀ ଦେଲେ ଏକ୍ସପର୍ଟ

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ ଧୀରେ ଧୀରେ ସବୁ ଦେଶକୁ ନିଜ କବ୍ଜାକୁ ନେଇସାରିଲାଣି। ଏବେ ସାରା ବିଶ୍ୱ ଏହି ମାରାତ୍ମକ ଭାଇରସ କବଳରୁ ମୁକୁଳିବାକୁ ଚେଷ୍ଟା ଚଳାଇଛି। ଇତି ମଧ୍ୟରେ ଆମେରିକାର ଜଣେ ବରିଷ୍ଠ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ କରୋନା ଭାଇରସ ଧୀରେ ଧୀରେ ଏକ ଋତୁକାଳୀନ ରୋଗରେ ପରିବର୍ତ୍ତିତ ହୋଇପାରେ। ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥର ବିଶେଷଜ୍ଞ ଡା. ଆନ୍ଥନି ଫାଉଚି କହିଛନ୍ତି ଯେ ସାରା ଦୁନିଆରେ କରୋନାକୁ କଣ୍ଟ୍ରୋଲ କରିବା ଅସମ୍ଭବ ମନେ ହେଉଛି। ଏହାର ଅର୍ଥ ଆମେରିକାରେ ଆସନ୍ତା ଫ୍ଲୁ ସିଜିନରେ କରୋନା ଭାଇରସର ସଂକ୍ରମଣର ସମସ୍ୟା ପୁଣି ଉପୁଜିପାରେ।

Bharat Biotech set to develop and test vaccine for COVID-19 - The ...

ସେ କହିଛନ୍ତି ଯେ ଆମେରିକାରେ କରୋନା ଭାଇରସ ପୁଣିଥରେ ଲେଉଟିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଦେଶରେ ଏବେ ଟୀକା ପ୍ରସ୍ତୁତି ତଥା ଅନ୍ୟାନ୍ୟ ଚିକିତ୍ସାର ଟ୍ରାଏଲ ଆରମ୍ଭ ହୋଇଗଲାଣି।

Coronavirus test results in minutes? Scientists question accuracy ...

ଆନ୍ଥନି କହିଛନ୍ତି ଯେ ଯଦି କରୋନା ପୁଣି ବ୍ୟାପେ ତେବେ ଏହାକୁ ମୁକାବିଲା କରିବାକୁ ଆମ ପାଖରେ ଟୀକା ଥିବା ନିହାତି ଆବଶ୍ୟକ। ଏଣୁ ଏବେଠୁ ପ୍ରସ୍ତୁତି ନ କଲେ ପରିସ୍ଥିତି ଅସମ୍ଭାଳ ହୋଇପଡିବ। ଆମେରିକା ଏହି ଟୀକା ୧୨ରୁ ୧୮ ମାସ ମଧ୍ୟରେ ତିଆରି କରିଦେବ ବୋଲି ଆନ୍ଥନି କହିଛନ୍ତି।

Intranasal vaccine for Covid-19 under development: Bharat Biotech ...

କରୋନା ଭାଇରସ ସହ ଲଢ଼େଇ ପାଇଁ ଆମେରିକା ନିଜ ସୈନ୍ୟ ବାହିନୀ ମଧ୍ୟ ପ୍ରସ୍ତୁତ କରିସାରିଲାଣି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବଡ଼ ଘୋଷଣା କରି କହିଛନ୍ତି ଯେ ନ୍ୟୁୟର୍କ ସହରରେ କରୋନା ସହ ଲଢ଼ିବାକୁ ୧୦୦୦ ସୈନ୍ୟ ପ୍ରସ୍ତୁତ ଅଛନ୍ତି। ଏଥିସହ କହିଛନ୍ତି ଯେ ଆସନ୍ତା ସପ୍ତାହ ଆହୁରି କଷ୍ଟକର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.