Below header

WhatsApp ୟୁଜରଙ୍କ ଆଡକୁ ମାଡ଼ି ଆସୁଛି ଏକ ବଡ଼ ବିପଦ, ବେଳ ଥାଉ ଥାଉ ହୋଇଯାନ୍ତୁ ସାବଧାନ !

ଆପଣ ବି ଅଧିକ ହ୍ବାର୍ଟସ ଅପ ବ୍ୟବହାର କରୁଛନ୍ତିକି ? ତେବେ ହୋଇଯାନ୍ତୁ ସାବଧାନ । ହ୍ବାର୍ଟସ ଅପ ୟୁଜରଙ୍କ ଉପରେ ଏବେ ଏକ ବଡ ସମସ୍ୟା ମାଡ଼ି ଆସୁଛି । ଏନେଇ ୟୁଜର୍ସ ମାନଙ୍କୁ ଏହି ସୋସିଆଲ ମିଡ଼ିଆ ଜରିଆରେ ଆସୁଥିବା ବିଭିନ୍ନ ଫେକ ଭର୍ଜନ ବାବଦରେ ଆଲର୍ଟ କରାଯାଉଛି । କମ୍ପାନୀ ସହ ଜଡିତ ଥିବା ଖବର ଓ ଅପଡେଟ ଗୁଡିକୁ ଟ୍ରାକ କରିବା ପାଇଁ ବ୍ୟବହାର ହେଉଥିବା ୱେବ ସାଇଟ WABetalnfo ହ୍ବାର୍ଟସ ଅପ ମିଡ଼ିଆ ଟେକ ଭର୍ଜନ ବାବଦରେ ଏକ ଚେତାବନୀ ଜାରି କରିଛନ୍ତି ।

WABetalnfo ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତିକି, ଅଧିକ ପ୍ରାଇଭେସି ଓ ସିକ୍ୟୁରିଟି ରକ୍ଷା ପାଇଁ ହ୍ବାର୍ଟସ ଅପର ମିଡ଼ିଆ ଫାଇଟ ଭର୍ଜନ ଯଥେଷ୍ଟ ନୁହେଁ ।ଟ୍ୱିଟର ଜରିଆରେ ୟୁଜର୍ସ ମାନଙ୍କୁ ବୁଝା ଯିବାକୁ ଚେଷ୍ଟା କରାଯାଇଛିକି, ହ୍ବାର୍ଟସଅପର ମିଡ଼ିଆ ଭର୍ଜନ ଆକର୍ଷକ ଲାଗୁଥିଲେ ମଧ୍ୟ ଏହା ମାଧ୍ୟମରେ କୌଣସି ପ୍ରକାରର ରିସ୍କ ନେବା ଉଚିତ ନୁହେଁ ।

whats app new

ମିଡ଼ିଆ ଫାଇଟ ଜରିଆରେ ହ୍ୟାକର୍ସ ମାନେ ଅତି ସହଜ ଉପାୟରେ ୟୁଜର୍ସ ମାନଙ୍କୁ ନିଜ ଶିକାର କରିପାରିବେ । ଏହି ଫେକ “ହ୍ବାର୍ଟସ ଅପ” ଡେଭଲପରସ ମାନେ ମେନ- ଇନ- ଦ – ମିଡ଼ିଲ ଆଟାକ ଜରିଆରେ ହ୍ୟାକର୍ସ ୟୁଜର ମାନଙ୍କ ଅତି ଜରୁରୀ ଡାଟା ଗୁଡିକୁ ଚୋରି କରିପାରିବେ । ଆଉ ମଧ୍ୟ ସଫ୍ଟ ୱେୟାରକୁ ଏଡ଼ିଟ କରି ଚାଟିଙ୍ଗ ଗୁଡିକୁ ଏକ୍ସସେସ ମଧ୍ୟ କରିପାରିବେ । ମେସେଜ ପଢିବା ସହିତ ଏହାକୁ ଏଡ଼ିଟ ମଧ୍ୟ କରାଯାଇପାରିବ ।

ବ୍ୟାନ ହୋଇଯାଇପାରେ ଆପଣଙ୍କ ଆକାଉଣ୍ଟ:

ଜାରି କରାଯାଇଥିବା ବ୍ୟାନିଙ୍ଗରେ ଏହା ମଧ୍ୟ କୁହାଯାଇଛିକି, ହ୍ବାର୍ଟସ ଅପର ମିଡ଼ିଆ ଫାଇଟ ଭର୍ଜନକୁ କମ୍ପାନୀ ତରଫରୁ ଭେରିଫାଇ କରାଯାଇନାହିଁ । ଯଦି କେହି ୟୁଜର ଏହାର ବ୍ୟବହାର କରନ୍ତି ତେବେ ହ୍ବାର୍ଟସ ଅପ ଆକାଉଣ୍ଟ ବି ବନ୍ଦ ହୋଇଯାଇପାରେ । ଅନେକ ଥର ଏମିତି ବି ଦେଖାଦିଏକି ୟୁଜର୍ସ ମାନେ ଅଧିକ ଫିଚର ବ୍ୟବହାର କରିବା ଲୋଭରେ ଅରିଜିନାଲ ବଦଳରେ ଫେକ ଭର୍ଜନ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତି | ଯାହାକି ସିକ୍ୟୁରିଟି ଦୃଷ୍ଟିରୁ ଜମା ବି ଠିକ ନୁହେଁ ।

ହ୍ବାର୍ଟସ ଅପର ଅଫିସିଆଲ ଭର୍ଜନକୁ ଆପଣ ଆପଲ ପ୍ଲେ-ଷ୍ଟୋର ବା ଗୁଗୁଲ ପ୍ଲେ-ଷ୍ଟୋର ଜରିଆରେ ଡାଉନ ଲୋଡ଼ କରିପାରିବେ । ଏହା ସହ ଯଦି ଆପଣ ହ୍ବାର୍ଟସ ଅପର କୌଣସି ଫିଚରକୁ ଅନ୍ୟ ୟୁଜରଙ୍କ ତୁଳନାରେ ଆଗୁଆ ବ୍ୟବହାର କରିବାକୁ ଚାହୁଁଥାନ୍ତି, ତେବେ ଏଥିପାଇଁ ଆପଣଙ୍କୁ “ହ୍ବାର୍ଟସ ଅପ”ର ବିଟା ବର୍ଜନ ବ୍ୟବହାର କରିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.