ଶିଶୁଙ୍କୁ ବି ଛାଡୁନି, ଆଖି ବୁଜିଲା ତେର ମାସର କରୋନା ଆକ୍ରାନ୍ତ

ଭୁବନେଶ୍ୱର : ନବଜାତ ଓ ବର୍ଷକର ଶିଶୁଙ୍କୁ ବି ଛାଡୁନି କରୋନା । ସମସ୍ତଙ୍କୁ ନିଜ କବଜାକୁ ନେଉଛି । ଆଜିର ସୂଚନା ଅନୁସାରେ ରାଜ୍ୟରେ ପୁଣି ୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪ରେ ପହଁଚିଛି। ଅନ୍ୟପଟେ ଏମାନଙ୍କ ବାଦ୍ ଜଣେ ଶିଶୁର ମୃତ୍ୟୁ ଘଟିଛି । ଯିଏକି କରୋନାରେ ଆକ୍ରାନ୍ତ ଥିଲା । ତାର ବୟସ ମାତ୍ର ବର୍ଷେ ୩ ମାସ । ତେବେ ସେ କରୋନା ଆକ୍ରାନ୍ତ ଥିଲେ ମଧ୍ୟ କରୋନାରେ ନୁହେଁ ଅନ୍ୟ ରୋଗରେ ଆଖି ବୁଝିଥିବା କୁହାଯାଇଛି ।

ତେବେ ଏତେ ଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ଚିନ୍ତାର କାରଣ ପାଲଟିଛି । ଦିନକୁ ଦିନ କରୋନା ନିଜର ଉଗ୍ର ରୂପ ଦେଖାଇବାରେ ଲାଗିଛି । ଅନ୍ୟପଟେ ରାଜ୍ୟରେ ଆଉ ୫୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ୧୪,୨୮୦ ଛୁଇଁଛି ମୋଟ ପଜିଟିଭ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.