Below header

Laptopରୁ ବି କରି ପାରିବେ Whatsapp Video Call; ବାସ୍‌ ଆପଣାନ୍ତୁ ଏହି ଟ୍ରିକ୍‌

ଆଜିକା ଦିନରେ ସମସ୍ତେ ହ୍ଵାଟସ୍‌ଆପ ବ୍ୟବହାର କରୁଛନ୍ତି। ହ୍ଵାଟସ୍‌ଆପରେ ଭିଡିଓ ଏବଂ ଅଡିଓ କଲ୍‌ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି। କରୋନା ସମୟରେ ଏହି ସୁବିଧାର ଲୋକପ୍ରିୟତା ଅଧିକ ବଢ଼ି ଯାଇଛି। କମ୍ପାନୀ ନିଜ ଡେସ୍କଟପ୍‌ ଆପରେ ବି ଭିଡିଓ କଲର ସୁବିଧା ଆରମ୍ଭ କରି ଦେଇଛି। ଏବେ ହ୍ଵାଟସ୍‌ଆପ ଡେସ୍କଟପ୍‌ ଆପ୍‌ ୟୁଜର କିଛି ଷ୍ଟେପ୍‌ ଫଲୋ କରି ନିଜ ଲାପ୍‌ଟପ କିମ୍ବା ପିସିରେ ଭିଡିଓ କଲ୍‌ କରି ପାରିବେ ଏବଂ ଏହାର ଭରପୂର ଆନନ୍ଦ ନେଇ ପାରିବେ। କିନ୍ତୁ ହ୍ଵାଟସ୍‌ଆପ େଓ୍ଵବ୍‌ ୟୁଜରମାନଙ୍କୁ ଏ ପର୍ଯ୍ୟନ୍ତ ଭିଡିଓ କଲ୍‌ର ସୁବିଧା ମିଳିନାହିଁ। ଯଦି ଆପଣ ଲାପ୍‌ଟପ କିମ୍ବା ଡେସ୍କଟପ୍‌ ଜରିଆରେ ହ୍ଵାଟସ୍‌ଆପ ଭିଡିଓ କଲ୍‌ କରିବାକୁ ଚାହୁଁଛନ୍ତି, ତ ଏହି ଷ୍ଟେପ୍‌ଗୁଡ଼ିକୁ ଫଲୋ କରନ୍ତୁ…

ପ୍ରଥମେ ଆପଣଙ୍କୁ ନିଜ ଲାପ୍‌ଟପ, ଓ୍ଵିଣ୍ଡୋଜ୍‌ କିମ୍ବା macOS ଚଲାଉଥିବା ପିସି ଉପରେ ହ୍ଵାଟସ୍‌ଆପ ଡେସ୍କଟପ୍‌ ଆପ୍‌ ଡାଉନଲୋନ କରିବାକୁ ହେବ। ଆପଣ କ୍ରେଡେନ୍ସିଆଲ୍ସ ପରି ୟୁଜରନେମ୍‌ ଏବଂ ଫୋନ ନମ୍ବର ସହିତ ଲଗ୍‌ଇନ କରନ୍ତୁ। ହ୍ଵାଟସ୍‌ଆପ ଡେସ୍କଟପ୍‌ କେବଳ ଓ୍ଵିଣ୍ଡୋଜ୍‌ 10 64 ବିଟ୍‌ ଭର୍ସନ 1903 କିମ୍ବା ନୂଆ ଏବଂ macOS 10.13 କିମ୍ବା ନୂଆ ଉପରେ ଭିଡିଓ କଲ୍‌କୁ ସମର୍ଥନ କରିବ।

ପିସିରେ ହ୍ଵାଟସ୍‌ଆପ ଭିଡିଓ କଲ୍‌ କେମିତି କରିବେ

-ଓ୍ଵିଣ୍ଡୋଜ୍‌ କିମ୍ବା ମ୍ୟାକ୍‌ ପାଇଁ ହ୍ଵାଟସ୍‌ଆପ ଡେସ୍କଟପ୍‌ ଆପ୍‌ ଇନଷ୍ଟଲ କରନ୍ତୁ।

-ସାଇନ୍‌ ଇନ୍‌ କରିବା ପାଇଁ ନିଜ ଫୋନ୍‌ରୁ ପିସିରେ କ୍ୟୁଆର କୋଡ୍‌ ସ୍କାନ କରନ୍ତୁ।

-ଯେତେବେଳେ ଆପଣଙ୍କ ହ୍ଵାଟସ୍‌ଆପ ଆକାଉଣ୍ଟ ଡେସ୍କଟପ୍‌ରେ ଖୋଲିଯିବ, ତ ଚ୍ୟାଟ୍‌ ଖୋଲନ୍ତୁ ଏବଂ ଉପର ଡାହାଣ କୋଣରେ ଥିବା ଭିଡିଓ କଲ୍‌ ଆଇକନ ଉପରେ କ୍ଲିକ୍‌ କରନ୍ତୁ।

-ଆପଣ ଏକ କନ୍‌ଟାକ୍ଟ ଚୟନ କରି ପାରିବେ ଏବଂ ନିଜ ପିସିରେ ହ୍ଵାଟସ୍‌ଆପ ଭିଡିଓ କଲ୍‌ କରି ପାରିବେ।

ଧ୍ୟାନ ରଖନ୍ତୁ, ପିସିରେ ହ୍ଵାଟସ୍‌ଆପ ଭିଡିଓ କଲ୍‌ କରିବା ପାଇଁ କିଛି ନ୍ୟୂନତମ ଆବଶ୍ୟକତା ପଡ଼ିଥାଏ। ଏଥିରେ ଏକ ଅଡିଓ ଆଉଟ୍‌ପୁଟ ଡିଭାଇସ୍‌, ମାଇକ୍ରୋଫୋନ, ଏକ ବାହ୍ୟ କିମ୍ବା ଇନ୍‌ବିଲ୍ଟ େଓ୍ଵବ୍‌କ୍ୟାମ ଏବଂ ଏକ ଆକ୍ଟିଭ୍‌ ଇଣ୍ଟରନେଟ୍‌ କନେକ୍ସନ ସାମିଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.