Below header

ତୈଳ ଦର ବୃଦ୍ଧି ଯୋଗୁ ପୁଣି ବଢ଼ିଲା ବସ ଭଡ଼ା, ଜାଣନ୍ତୁ କିଲୋମିଟର ପିଛା କେତେ ଦେବେ ଆପଣ

କେନ୍ୟୁଜ୍(ବ୍ୟୁରୋ): ପୁଣି ବଢ଼ିଲା ବସ୍‌ ଭଡ଼ା । ତୈଳ ଦର ବୃଦ୍ଧି ଯୋଗୁ ପୁଣି ବଢ଼ିଲା ବସ ଭଡ଼ା । ସାଧାରଣ ଓ ଏକ୍ସପ୍ରେସରେ ୩ ପଇସା ବଢ଼ିଛି । ସାଧାରଣ ବସ ଭଡ଼ା ୮୭ ପଇସାରୁ ୯୦ ପଇସା, ଏକ୍ସପ୍ରେସ ବସ ୯୧ ପଇସାରୁ ୯୪ ପଇସା ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସରେ ୬ ପଇସା ବଢ଼ିଛି ।

ଡିଲକ୍ସ ବସ ଭ଼ଡା ୧ଟଙ୍କା ୨୫ ପଇସାରୁ ୧ଟଙ୍କା ୩୧ ପଇସା, ଏସି ଡିଲକ୍ସ ବସ ୧ ଟଙ୍କା ୫୩ ପଇସାରୁ ୧ ଟଙ୍କା ୫୯ ପଇସା ବଢ଼ିଛି । ସୁପର ପ୍ରିମିୟମ୍‌ ଭଡ଼ା ୯ ପଇସା ବଢ଼ିଛି । ସୁପର ପ୍ରିମିୟମ ବସ ଭଡ଼ା ୨ଟଙ୍କା ୩୮ ପଇସାରୁ ୨ଟଙ୍କା ୪୭କୁ ବୃଦ୍ଧି ପାଇଛି । ତୈଳଦର ବୃଦ୍ଧି ପରେ ଅଟୋମେଟିକ୍‌ ମେକାନିଜିମ୍‌ ମାଧ୍ୟମରେ ବସ୍‌ ଭଡ଼ା ବୃଦ୍ଧି ପାଇଛି । ଆଜିଠାରୁ ବର୍ଦ୍ଧିତ ଦର ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.