Below header

ଭାରତରେ ଏହି ଫୋନ୍‌ ବନ୍ଦ କଲା Xiaomi, ଆଉ କିଣିପାରିବେନି ଲୋକେ

ବନ୍ଦ ହେବ Mi 11 Ultra। ଭାରତରେ ନିଜ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ Mi 11 Ultra କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସାଓମି। Xiaomi ର ୱେବ୍‌ସାଇଟ୍‌ରେ ଏହି ସ୍ମାର୍ଟଫୋନ୍‌ ଆଉଟ୍‌ ଅଫ୍‌ ଷ୍ଟକ୍‌ ବୋଲି କୁହାଯାଇଛି। ରିପୋର୍ଟ ମୁତାବକ, କମ୍ପାନୀ ଏହି ଫୋନ୍‌କୁ ଆଉ ଭାରତକୁ ଆଣିବାକୁ ଚାହୁଁନାହିଁ। ଏହି ମୋବାଇଲକୁ ଭାରତରେ ଭଲ ରେସପନ୍ସ ମିଳିନାହିଁ। ଏଣୁ କମ୍ପାନୀ ଏହାକୁ ଭାରତରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ଫୋନ୍‌ ବିଷୟରେ…

Xiaomi ପକ୍ଷରୁ Mi 11 Ultra କୁ ଭାରତରେ ଗତ ବର୍ଷ ଜୁଲାଇରେ ଲଞ୍ଚ୍‌ କରାଯାଇଥିଲା। ଏହି ଫୋନ୍‌ରେ 12GB RAM + 256GB ଷ୍ଟୋରେଜ୍‌ କ୍ଷମତା ରହିଛି। ଭାରତୀୟ ବଜାରରେ ଏହାର ମୂଲ୍ୟ ୬୯,୯୯୯ ଟଙ୍କା ରଖାଯାଇଥିଲା। ସାଓମିର ଏହି ଫୋନ୍‌ ଭାରତୀୟ ମାର୍କେଟରେ Samsung Galaxy S21 Ultra ଓ OnePlus 9 Pro କୁ କଡ଼ା ଟକ୍କର ଦେଉଥିଲା।

Mi 11 Ultra ର ଫିଚର:

Mi 11 Ultra ରେ ୬.୮ ଇଞ୍ଚ୍‌ର 120Hz OLED ଡିସ୍‌ପ୍ଲେ ମିଳୁଥିଲା ଓ ଏହା 2K ରିଜଲ୍ୟୁସନ୍‌ ସହ ଆସୁଥିଲା। ଏହି ଫୋନ୍‌ରେ Qualcomm Snapdragon 888 ପ୍ରୋସେସର ରହିଛି। ଏହି ଫୋନ୍‌ର ପଛପଟେ ଏକ ଛୋଟ ସ୍କ୍ରିନ୍‌ OLED ପ୍ୟାନେଲ ସହ ଆସୁଛି। ଏହାକୁ ସେଲ୍ଫି କ୍ଲିକ୍‌ କରିବା ପାଇଁ ଭ୍ୟୁ ଫାଇଣ୍ଡର ଭାବେ ବ୍ୟବହାର କରିହେବ। ଏଥିସହ ଏହି ଛୋଟ ସ୍କ୍ରିନ୍‌ ଅଲ୍‌ ୱେଜ୍‌ ଅନ୍‌ ସ୍କ୍ରିନ୍‌ ଭାବେ ମଧ୍ୟ କାମ କରେ। ଏହା ଘଣ୍ଟା ସହ ଅନ୍ୟ ନୋଟିଫିକେସନ୍‌ ମଧ୍ୟ ଶୋ’ କରିଥାଏ।

ଏହି ଫୋନ୍‌ରେ ୫୦ ମେଗାପିକ୍ସେଲ୍‌ର ପ୍ରାଇମେରି ଲେନ୍ସ, ୪୮ ମେଗାପିକ୍ସେଲର ଅଲ୍ଟା ଓ୍ଵାଇଡ୍‌ ଲେନ୍ସ ଓ 5x ପେରିସ୍କୋପ୍‌ ଲେନ୍ସ ଦିଆଯାଇଛି। ଫୋନ୍‌ର ବ୍ୟାଟେରୀର କ୍ଷମତା 5000mAh। ଏଥିସହ 67w ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.