ଆଜି ଆରମ୍ଭ ହେଲା ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ, ଏଥିରେ ଯୋଗ ଦେଇଛନ୍ତି ୩୪୨ ଜଣ ନେତା

ନୂଆଦିଲ୍ଲୀ : ବିଜେପି ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ। ବୈଠକରେ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ସାତବର୍ଷରେ କେନ୍ଦ୍ର ସରକାରଙ୍କ ଉପଲବ୍‌ଧି ନେଇ ହେବ ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପାଖାପାଖି ୩୪୨ଜଣ ନେତା ବୈଠକରେ ଯୋଗ ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଭର୍ଚୁଆଲ ବୈଠକ କରାଯିବ ବୋଲି ନିଷ୍ପତି ନିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବୈଠକର ଶୁଭାରମ୍ଭ କରିଛନ୍ତି । ଏହି ବୈଠକ ସକାଳ ୧୦ଟାରେ ଆରମ୍ଭ ହୋଇଥିଲା ଓ ଏହା ଅପରାହ୍ନ ୩ଟାରେ ଶେଷ ହେବ।

ନୂଆଦିଲ୍ଲୀର ଏନଡିଏମସି କନ୍‌ଭେନ୍‌ସନ ସେଣ୍ଟରରେ ଚାଲିଥିବା କାର୍ଯ୍ୟକାରିଣୀ କୋଭିଡ ନିୟମ ମଧ୍ୟରେ ଅନୁଷ୍ଠିତ ହୋଇଛି। ପ୍ରଥମ ଥର ଲାଗି ବିଜେପି ପକ୍ଷରୁ ପ୍ରତ୍ୟେକ୍ଷଭାବରେ ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯାଉଛି। ଆସନ୍ତା ବର୍ଷ ୫ଟି ରାଜ୍ୟରେ ବିଧାନସଭା ଥିବାରୁ ନିର୍ବାଚନ ରଣନୀତି ସମେତ ବିଭିନ୍ନ ଏଜେଣ୍ଡା ଉପରେ ବୈଠକରେ ଆଲୋଚନା ହେବ। ଏହାସହ ୩୬ରାଜ୍ୟର ପଦାଧିକାରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଭର୍ଚୁଆଲ ଜରିଆରେ ସାମିଲ ହେବେ। ଏଥି ସହିତ ସାରା ଦେଶରୁ ବିଜେପି କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.