Below header

WhatsAppରେ ନିଜେ କରିପାରିବେ ପର୍ସନାଲ GIFs, ଫଲୋ କରନ୍ତୁ ଏହି ୮ଟି ଷ୍ଟେପ୍‌ସ

ଯଦି ଆପଣ ମେସେଜିଙ୍ଗ୍‌ ସର୍ଭିସ୍‌ ଆପ୍‌ ‘ହ୍ଵାଟସ୍‌ଆପ’ ବ୍ୟବହାର କରୁଛନ୍ତି, ତା’ହେଲେ ଏଥିରେ ମିଳୁଥିବା ଅନେକ ଫିଚର ବିଷୟରେ ନିହାତି ଜାଣିଥିବେ। ହ୍ଵାଟସ୍‌ଆପରେ ଆପଣ ଟେକ୍ସଟ ଏବଂ ଇମୋଜି ଛଡ଼ା GIF ସାହାଯ୍ୟରେ ମଧ୍ୟ ନିଜକୁ ଏକ୍ସପ୍ରେସ କରିପାରିବେ। ଏଥିରେ ଢେର୍‌ ସାରା GIF ଉପଲବ୍ଧ ରହିଛି, ଯାହାକୁ ବାଛି ନିଜ ସାଙ୍ଗସାଥୀ କିମ୍ବା କନ୍‌ଟାକ୍ଟସ୍‌କୁ ପଠାଇପାରିବେ। ଏହି ଫିଚର iOS ଏବଂ ଆଣ୍ଡ୍ରୋଏଡ୍‌, ଉଭୟ ୟୁଜର୍ସଙ୍କୁ ଦିଆଯାଇଛି। ଯଦି ଆପଣଙ୍କୁ ପସନ୍ଦର GIF ଆପ୍‌ରେ ମିଳୁନାହିଁ, ତା’ହେଲେ ଆପଣ ନିଜେ ମଧ୍ୟ GIFs ବନାଇ ପାରିବେ।

w2

ଆପଣଙ୍କ ସ୍ମାର୍ଟଫୋନ୍‌ ଗ୍ୟାଲେରୀରେ ଉପଲବ୍ଧ ମୋମେଣ୍ଟସ୍‌କୁ ଆପଣ GIFରେ କନ୍‌ଭର୍ଟ କରିପାରିବେ ଏବଂ ହ୍ଵାଟସ୍‌ଆପ କନ୍‌ଟାକ୍ଟସ୍‌କୁ ପଠାଇପାରିବେ। ଏହାଛଡ଼ା ଲମ୍ବା ଭିଡିଓର କୌଣସି ଏକ ଅଂଶକୁ ମଧ୍ୟ GIFରେ ବଦଳାଯାଇ ପାରିବ। ଆପଣ ୬ ସେକେଣ୍ଡ କିମ୍ବା ଏହାଠୁ ଛୋଟ କୌଣସି ବି ଏକ ଭିଡିଓକୁ GIF କରିପାରିବେ। ଏଥିପାଇଁ ଆପଣଙ୍କୁ କିଛି ସହଜ ଷ୍ଟେପ୍ସ ଫଲୋ କରିବାକୁ ହେବ।

w

୧. ନିଜ ସ୍ମାର୍ଟଫୋନ୍‌ରେ ହ୍ଵାଟସ୍‌ଆପ ମେସେଞ୍ଜର ଓପନ୍‌ କରନ୍ତୁ।

୨. କୌଣସି ହ୍ଵାଟସ୍‌ଆପ କନ୍‌ଟାକ୍ଟସ କିମ୍ବା ଗ୍ରୁପ୍‌ର ଚ୍ୟାଟ୍‌ ଓ୍ଵିଣ୍ଡୋ ଓପନ୍‌ କରନ୍ତୁ, ଯାହାକୁ ଆପଣ GIF ପଠାଇବାକୁ ଚାହୁଁଛନ୍ତି।

୩. ଚ୍ୟାଟ୍‌ ବକ୍ସରେ ଦେଖାଯାଉଥିବା ଆଟାଚ୍‌ମେଣ୍ଟ ଆଇକନ୍‌ ଉପରେ କ୍ଲିକ୍‌ କରନ୍ତୁ।

୪. ଏବେ ଆପଣ ଫୋନ୍‌ ଗ୍ୟାଲେରୀରୁ ଏକ ଭିଡିଓ ସିଲେକ୍ଟ କରନ୍ତୁ।

w22

୫. ହ୍ଵାଟସ୍‌ଆପ ଆପଣଙ୍କୁ ଭିଡିଓର ପ୍ରିଭ୍ୟୁ ଦେଖାଇବ, ଏହି ଭିଡିଓକୁ ଆପଣ ଟ୍ରିମ୍‌ କରିପାରିବେ ଏବଂ ଶର୍ଟ କ୍ଲିପ୍‌ ମଧ୍ୟ ସିଲେକ୍ଟ କରିପାରିବେ।

୬. ଏବେ ଆପଣ GIF ବକ୍ସ ଉପରେ ଟ୍ୟାପ୍‌ କରନ୍ତୁ ଏବଂ ଏହାପରେ ଭିଡିଓ ଆପେ ଆପେ GIFରେ କନଭର୍ଟ ହୋଇଯିବ।

୭. ଆପଣ ଚାହିଁଲେ ଲମ୍ବା ଭିଡିଓକୁ କମ୍‌ କରିପାରିବେ ଏବଂ ଆପଣଙ୍କୁ ବେଷ୍ଟ୍‍ ରେଜଲ୍ଟ ମିଳିବ।

୮. GIF ପଠାଇବା ପୂର୍ବରୁ ଆପଣ ଏଥିରେ ଟେକ୍ସଟ, କ୍ୟାପସନ କିମ୍ବା ଇମୋଜି ଆଡ୍‌ ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.