ସୋସିଆଲ ମିଡ଼ିଆର ବ୍ୟବହାର ଆପଣଙ୍କୁ କରିଦେଇପାରେ ମାନସିକ ରୋଗୀ, ହୋଇଯାଆନ୍ତୁ ସାବଧାନ

ଆଜିର ଡିଜିଟାଲ ସମୟରେ ଲୋକ ସବୁଠାରୁ ଅଧିକ ହ୍ଵାଟ୍ସଆପ, ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆରେ ସମୟ ବିତାଇବା ପାଇଁ ପସନ୍ଦ କରନ୍ତି । ସାଧାରଣତଃ ୟୁଜର ମାନଙ୍କୁ ଏହି ପ୍ଲାଟଫର୍ମରେ ଫଟୋ ଏବଂ ଭିଡିଓ କଣ୍ଟେଣ୍ଟ ସେୟାର କରିବା ପାଇଁ ସପୋର୍ଟ ମିଳିଥାଏ । ଏହି କାରଣରୁ ଲୋକମାନେ ଏହି ଆପ୍ସ ଗୁଡିକରେ ନିଜର ଅଧିକରୁ ଅଧିକ ସମୟ ବିତାଇଥାନ୍ତି । ତେବେ ନିକଟରେ ସୋସିଆଲ ମିଡ଼ିଆକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନାକୁ ଆସିଛି । ତାହେଲେ ଆସନ୍ତୁ ଜାଣିବା ଏହି ରିପୋର୍ଟ ବିଷୟରେ ।

ଅଧିକ ସମୟ ସୋସିଆଲ ମିଡ଼ିଆ ବ୍ୟବହାର କରିବା ଦ୍ୱାରା ହୋଇଥାଏ ମାନସିକ ରୋଗ

ସୂଚନା ଅନୁଯାୟୀ ଯେଉଁ ୟୁଜର ସବୁଠାରୁ ଅଧିକ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି, ସେମାନେ ଧୀରେ ଧୀରେ ମାନସିକ ରୋଗର କବଳରେ ଆସିଯାଆନ୍ତି । କେବଳ ଫେସବୁକ କିମ୍ବା ହ୍ଵାଟ୍ସଆପ ନୁହେଁ ଟିକଟକ ଭଳି ଆପ ମଧ୍ୟ ଆଜିର ଯୁବପିଢିଙ୍କୁ ମାନସିକ ରୋଗୀ ବନାଇ ଦେଉଛି । ବିଶେଷଜ୍ଞଙ୍କ ମତରେ ଯଦି ୟୁଜର ସମୟ ସୋସିଆଲ ମିଡିଆରେ ସମୟ ବିତାଉଛନ୍ତି ତାହେଲେ ସେମାନେ ମାନସିକଭାବେ ଅସୁସ୍ଥ ଅଟନ୍ତି ।

Image result for psychological disease for social media

ଡାକ୍ତରଙ୍କ ମତରେ ଲୋକମାନଙ୍କୁ ୱେବ ସିରିଜ, ଗେମିଙ୍ଗ ଓ ପଇସା ରୋଜଗାର କରୁଥିବା ସୋସିଆଲ ମିଡ଼ିଆ ଆପ ମାନସିକ ସ୍ତରରେ ଅଧିକ ଅସୁସ୍ଥ କରାଇଥାଏ । ଏହାଦ୍ୱାରା ଲୋକମାନଙ୍କ ଠାରେ ଅବସାଦ ଓ ଭୁଲିଯିବା ଭଳି ଲକ୍ଷଣ ପରିଲକ୍ଷିତ ହୋଇଥାଏ । ତେବେ ବର୍ତ୍ତମାନ୧୪ ରୁ ୨୪ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନେ ଅଧିକ ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଏହାସହ ପଢନ୍ତୁ ୨୦୧୧ରେ ହୋଇଥିଲା ବ୍ୟକ୍ତିଙ୍କ ହତ୍ୟା, ଆଠ ବର୍ଷ ପରେ ବ୍ରେନ୍ ମ୍ୟାପିଂ ଜରିଆରେ ପୋଲିସ ପହଁଚିଲା ଅଭିଯୁକ୍ତ ପାଖରେ

ଲୋକଙ୍କ ଉପରେ ପଡୁଛି ସୋସିଆଲ ମିଡ଼ିଆର ଗଭୀର ପ୍ରଭାବ

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସୋସିଆଲ ମିଡିଆରେ କରିଥିବା ପୋଷ୍ଟ ଉପରେ ଲାଇକ ଏବଂ କମେଣ୍ଟ ନମିଳିବାର ସିଧାସଳଖ ପ୍ରଭାବ ଲୋକଙ୍କ ଉପରେ ପଡିଥାଏ । ଏହାସହିତ ୟୁଜର୍ସ ମାନଙ୍କ ଉପରେ ଭାବନାତ୍ମକ ବୋଝ ବଢିଥାଏ ।

Image result for psychological disease for social media

ସୂଚନା ଅନୁଯାୟୀ ପ୍ରତିବର୍ଷ ପ୍ରାୟ ଆଠ ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରିଥାନ୍ତି ଏବଂ ଏକ ରିପୋର୍ଟରୁ ଜଣାପଡିଛି ଯେ ୨୧ତମ ଶତାବ୍ଦୀରେ ଆସିଥିବା ପରିବର୍ତ୍ତନ କାରଣରୁ ଲୋକମାନେ ଆଧିକ ମାତ୍ରାରେ ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.